ଯବାନଙ୍କ ପାଇଁ ଖୁସି ଖବର : ସ୍ବତନ୍ତ୍ର ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା । ଏସଓଜି ଯବାନଙ୍କ ସ୍ବତନ୍ତ୍ର ଭତ୍ତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ବିଭିନ୍ନ ଅପରେସନରେ ଯାଉଥିବା ଏସଓଜି ଯବାନଙ୍କ ସ୍ବତନ୍ତ୍ର ଭତ୍ତାକୁ ୮ହଜାରରୁ ୨୫ ହଜାର ଟଙ୍କାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଓଡ଼ିଶା ପୋଲିସର ଏସଓଜି ଯବାନଙ୍କୁ ଖୁବ ପ୍ରଶଂସା କରିଛନ୍ତି । ଏହାସହ ସୂଚନା ଦେଇଛନ୍ତି ଯେ ଆଗକୁ ନକ୍ସଲଙ୍କୁ ନିପାତ କରିବାକୁ ରାଜ୍ୟ ସରକାର ବଡ଼ ଭୂମିକା ନେବାକୁ ଯାଉଛନ୍ତି ।

 

ଅନ୍ୟପଟେ ନୂଆପଡ଼ା ଜିଲ୍ଲା ସୀମାନ୍ତ ଛତିଶଗଡ଼ର କୁଲାରିଘାଟ ଅଞ୍ଚଳରେ ନକ୍ସଲଙ୍କ କାର୍ଯ୍ୟକଳାପ ବିଷୟରେ ସୂଚନା ପାଇଁ ଛତିଶଗଡ଼ ପୋଲିସ ଏସ୍‍ଓଜି ଏବଂ ସିଆର୍‍ପିଏଫ୍‍ ମିଳିତ ଭାରବେ ଅପରେସନ୍‍ ଆରମ୍ଭ କରିଥିଲେ । ଏହି ଅପରେସନରେ ୧୬ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିଲା । ତିନିଦିନ ଧରି ଏହି ଅପରେସନ୍‍ ନିରନ୍ତର ଭାବେ ଚାଲିଥିଲା । ଏହାର ସମୀରକ୍ଷା କରିବା ସମୟରେ ମୁଖ୍ୟମନ୍ତ୍ରୀ ଏସ୍‍ଓଜି ଯବାନଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ସେମାନଙ୍କୁ ମିଳୁଥିବା କ୍ଷତି ଆଶଙ୍କ ଭତ୍ତା ବା ରିସ୍କ ଆଲାଓ୍ୱାନ୍ସକୁ ବୃଦ୍ଧି ପାଇଁ ଘୋଷଣା କରିଥିଲେ।

 

ଆହୁରି ପଢ଼ନ୍ତୁ:  ପାଚକ,ପାଚିକାମାନଙ୍କ ମାସିକ ପାରିଶ୍ରମିକ ୩୦୦୦ ଟଙ୍କାକୁ ବୃଦ୍ଧି, ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି

 

 

You might also like