ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ଗାଇଡ୍‌ଲାଇନ୍‌ ଜାରି, ସବୁ ସରକାରୀ ଅଫିସ୍‌ରେ କୋହଳ ହେବ ବାୟୋମେଟ୍ରିକ୍‌ ଉପସ୍ଥାନ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ଗାଇଡ୍‌ଲାଇନ୍‌ ଜାରି । ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ଜାରି କରିଛନ୍ତି ଗାଇଡଲାଇନ୍‌ । ସବୁ ସରକାରୀ ଅଫିସ୍‌ରେ ବାୟୋମେଟ୍ରିକ୍‌ ଉପସ୍ଥାନ କୋହଳହେବ । ସବୁ ଦିନ ମୁଖ୍ୟ ସଚିବ ସ୍ଥିତିର ସମୀକ୍ଷା କରିବେ । ରାଜ୍ୟର ସ୍ଥିତି ସମୀକ୍ଷା କରିବେ ମୁଖ୍ୟ ଶାସନ ସଚିବ । ସେହିପରି ଜିଲ୍ଲାପାଳମାନେ ସବୁ ଦିନ ଜିଲ୍ଲାର ସ୍ଥିତି ସମୀକ୍ଷା କରିବେ । ସ୍ୱାସ୍ଥ୍ୟ ବିଭାଗ ବହୁ ସଂଖ୍ୟାରେ ମାସ୍କ ମହଜୁଦ ରଖିବାକୁ କୁହାଯାଇଛି । ୯ ମାସ ପାଇଁ ଦରକାରୀ ଔଷଧ ମଧ୍ୟ ମହଜୁଦ ରହିବ ।

bioଏହା ସହ ସବୁ ଘରୋଇ ହସ୍ପିଟାଲରେ ଆଇସୋଲେସନ୍‌ ଓ୍ଵାର୍ଡ ଖୋଲାଯିବ । ହୋମ୍‌ ଆଇସୋଲେସନ୍‌ରେ ଥିବା ବ୍ୟକ୍ତିଙ୍କ ଉପରେ ନଜର ରଖାଯିବ । ମନ୍ତ୍ରୀ ଓ ଅଫିସରଙ୍କ ବିଦେଶ ଗସ୍ତ କମିବ । ଏନେଇ ସାଧାରଣ ପ୍ରଶାସନ-GA ବିଭାଗ ପଦକ୍ଷେପ ନେବ । ସେହିପରି ପଞ୍ଚାୟତସ୍ତରରେ କରୋନା ସଂପର୍କରେ ସଚେତନତା କରାଯିବ । ପଞ୍ଚାୟତଗୁଡିକ ଗାଁକୁ ସ୍ୱଚ୍ଛ ରଖିବେ । ସହରାଞ୍ଚଳରେ ବି ସ୍ୱଚ୍ଛତା ଅବଲମ୍ବନ କରାଯିବ । ଆହାର କେନ୍ଦ୍ରରେ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦିଆଯିବ । SHG ହାତ ଧୋଇବା, ସ୍ୱଚ୍ଛତା ଉପରେ ସଚେତନ କରିବେ । ସେହିପରି ବସ୍‌ ଗୁଡିକ ସବୁ ଦିନ ସାନିଟାଇଜ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.