ଛାତ୍ରଛାତ୍ରୀଙ୍କ ପାଇଁ ‘ଓଡ଼ିଶା କ୍ୟାରିଅର୍ ପୋର୍ଟାଲ୍’ର ଶୁଭାରମ୍ଭ କଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌) : ଗୁରୁବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଛାତ୍ରଛାତ୍ରୀମାନଙ୍କ ପାଇଁ ଓଡ଼ିଶା କ୍ୟାରିଆର୍ ପୋର୍ଟାଲ୍ର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଶ୍ରୀ ଦାଶ କହିଲେ ଯେ ଏହି ନୂତନ ଓଡ଼ିଶା କ୍ୟାରିଅର୍ ପୋର୍ଟାଲ୍ ଏକ ଅଦ୍ୱିତୀୟ ଏବଂ ସମୟୋପଯୋଗୀ ଉଦ୍ୟମ ।କୋଭିଡ୍-୧୯ ମହାମାରୀ ସମୟରେ ଏକ ଜରୁରୀକାଳୀନ ସହାୟତା ରୂପେ ଶିକ୍ଷାର୍ଥୀମାନଙ୍କୁ ଆବଶ୍ୟକୀୟ ବୃତ୍ତିଗତ ଶିକ୍ଷାପ୍ରାପ୍ତି ନିମନ୍ତେ ଏକ ଯଥାର୍ଥ ସୂଚନାଦାତା ରୂପେ କାର୍ଯ୍ୟ କରିବ ।

Mass-Education-Dept

ଏହି କ୍ୟାରିଅର୍ ପୋର୍ଟାଲ୍ରେ ସର୍ବାଧିକ ଚିତ୍ତାକର୍ଷକକାରୀ ଦିଗଟି ହେଲା, ଏହାର ସମସ୍ତ ପାଠ୍ୟ ବଷିୟଗୁଡ଼ିକରେ ଆଞ୍ଚଳିକ ଭାବାପନ୍ନତା ଏବଂ ସାଂପ୍ରତିକତା ବଜାୟ ରହିଛି । ଶିକ୍ଷାର୍ଥୀମାନେ ଏହାର ଡ୍ୟାସ୍ ବୋର୍ଡକୁ ଖୁବ୍ ସହଜରେ ନିଜର ଆଇଡି ଦ୍ୱାରା ଲଗ୍ଇନ୍ କରି ଏହାକୁ ଖୋଲିପାରିବେ ଏବଂ ଆବଶ୍ୟକୀୟ ସୂଚନା ପାଇବା ସହିତ ତତ୍ସମ୍ବନ୍ଧୀୟ ନିଜର ସନ୍ଦେହ ମୋଚନ କରିପାରିବେ । ଏହା ସହ ସଠିକ୍ ଭାବେ ସେଥିରେ ଶିକ୍ଷାପ୍ରାପ୍ତି ନିମନ୍ତେ ଆବେଦନ କରିପାରିବେ ବୋଲି ମନ୍ତ୍ରୀ ଶ୍ରୀ ଦାଶ ପ୍ରକାଶ କରିଥିଲେ । ୟୁନିସେଫ୍ ସହଯୋଗରେ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା କ୍ୟାରିଅର୍ ପୋର୍ଟାଲର୍ ଶୁଭାରମ୍ଭ କରିଛି ।

(www.odishacareerportal.com)କୁ ଲଗ୍ଇନ୍ କରି ସେମାନେ ଏହି ସହାୟତା ପାଇପାରିବେ । ଏହି ପୋର୍ଟାଲ୍ ଦ୍ୱାରା ଶିକ୍ଷାର୍ଥୀମାନେ ବିଭିନ୍ନ ବତ୍ତୃି ଏବଂଶିକ୍ଷାନୁଷ୍ଠାନ ସମ୍ବନ୍ଧରେ ଜାଣିବେ ଏବଂ ଶିକ୍ଷକମାନଙ୍କ ସହିତ ସିଧାସଳଖ କଥାବାର୍ତ୍ତା ମଧ୍ୟ କରିପାରିବେ । ଏହି ପୋର୍ଟାଲ୍ କୁ  ବ୍ୟବହାର କରିବା ପାଇଁ ପ୍ରସ୍ତୁତ କରାଯାଇଥିବା ଏକ ମୋବାଇଲ୍ ଉପଯୋଗୀ ଆପ୍ କୁ  ପ୍ରୟୋଗ କରି ପ୍ରାୟ ୧୭ ଲକ୍ଷ ଶିକ୍ଷାର୍ଥୀ ଏଥିରୁ ଉପକୃତ ହୋଇପାରିବେ ବୋଲି ଶ୍ରୀ ଦାସ କହିଛନ୍ତି । କାର୍ଯ୍ୟକ୍ରମରେ ୟୁନିସେଫ୍ କ୍ଷେତ୍ରୀୟ, କାର୍ଯ୍ୟାଳୟର ମୁଖ୍ୟ ଡ. ମୋନିକା ନେଲ୍ସନ୍, ଅତିରିକ୍ତ ଶାସନ ସଚିବ ରଘୁରାମ ଆୟାର, ଲଳିତା ପଟ୍ଟନାୟକ, ଶିକ୍ଷା ବିଶେଷଜ୍ଞ ଆରତୀ ରାଉତ, ଯୁଗ୍ମ ନିର୍ଦ୍ଦେଶକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

 

You might also like