ଅଲଗା ହେବ ରାଜ୍ୟର ବିଭିନ୍ନ କଲେଜ କ୍ୟାମ୍ପସରୁ ଯୁକ୍ତ ଦୁଇ କଲେଜ, ଆସନ୍ତା ୫ରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର(କେନ୍ୟୁଜ୍) : ରାଜ୍ୟର ବିଭିନ୍ନ କଲେଜ କ୍ୟାମ୍ପସରୁ ଯୁକ୍ତ ଦୁଇ କଲେଜ ଅଲଗା ହେବ । କମ୍ପୋଜିଟ୍‌ କଲେଜଗୁଡ଼ିକରୁ ଯୁକ୍ତ ଦୁଇ ଯୁକ୍ତ ତିନିକୁ ସମ୍ପୂର୍ଣ୍ଣ ଅଲଗା କରାଯିବ । ଜମିଜମା କାଗଜପତ୍ର ସହ ଉଭୟ କଲେଜର କର୍ମଚାରୀ ମଧ୍ୟ ଅଲଗା ହେବେ ।

ଏନେଇ ଆସନ୍ତା ୫ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିବ । ବୈଠକରେ କମ୍ପୋଜିଟ କଲେଜ ଗୁଡ଼ିକର ପୃଥକିକରଣ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯିବ । ସମଗ୍ର ଶିକ୍ଷା ଯୋଜନାରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀ ସାମିଲ କରାଯାଇଥିବା ବେଳେ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.