ବାତ୍ୟା “ଅମ୍ପାନ୍”‌ ମୁକିବିଲା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର, ୧୨ଟି ଜିଲ୍ଲାକୁ ଆଲର୍ଟ ଜାରି: ଏସଆରସି

ଭୁବନେଶ୍ୱର: ବାତ୍ୟା ଅମ୍ପାନ୍‌ ମୁକିବିଲା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର । ଆଲର୍ଟ ରହିଛି ୧୨ଟି ଜିଲ୍ଲା । ଜଗତସିଂହପୁର,କେନ୍ଦାପଡ଼ା, ବାଲେଶ୍ୱର, ଭଦ୍ରକରେ ପବନ ବଢ଼ିବ । ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର ପାଇଁ ଜିଲ୍ଲାପାଳ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଭୟଭୀତ ହୋଇ ଖାଦ୍ୟ ସାମଗ୍ରୀ କିଣନ୍ତୁ ନାହିଁ ବୋଲି ସ୍ୱତନ୍ତ୍ର ରିିଲିଫ କମିଶନର ପ୍ରଦୀପ ଜେନା ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ୬ ଜିଲ୍ଲାରେ ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ବାହିନୀ ପ୍ରସ୍ତୁତ ରହିଛି । NDRFର ମୋଟ ୧୦ଟି ଟିମ୍‌ ମୁତୟନ ହୋଇଛନ୍ତି । ଭଦ୍ରକରେ ୨, ବାଲେଶ୍ୱରରେ ୨, କେନ୍ଦ୍ରାପଡ଼ାରେ ୨, ଜଗତସିଂହପୁରରେ ୨ ମୟୁରଭଞ୍ଜ ଓ ପୁରୀରେ ଗୋଟିଏ ଲେଖାଏଁ ଟିମ୍‌ ମୁତୟନ କରାଯାଇଛି।

cyclone

ସୂଚନା ମୁତାବକ, ପଶ୍ଚିମବଙ୍ଗ-ବାଂଲାଦେଶ ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିପାରେ ବାତ୍ୟା ଅମ୍ଫାନ । ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ସାଗର ଦୀପପୁଞ୍ଜ ଓ ହାତିଆ ଦୀପପୁଞ୍ଜ ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିପାରେ । ୨୦ ତାରିଖ ଅପରାହ୍‌ଣରୁ ସଂଧ୍ୟା ମଧ୍ୟରେ ଲ୍ୟାଣ୍ଡଫଲ ପରେ ଏହା ଭେରି ସିଭିଅର ସାଇକ୍ଲୋନିକ୍‌ ଷ୍ଟ୍ରମ୍‌ର ରୂପ ନେବ । ଗତ ୬ ଘଣ୍ଟା ହେବ ବାତ୍ୟା ୩ କିଲୋମିଟର ବେଗରେ ଆଗକୁ ଆସୁଛି । ଏବେ ଅମ୍ଫାନ ଦକ୍ଷିଣ ପାରାଦୀପ ଠାରୁ ୯୯୦ କିଲୋମିଟର ଦୂରରେ ରହିଛି । ସେହିପରି ଦୀଘା ଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମରେ ୧୧୪୦ କିମି ଦୂରରେ ରହିଛି ଅମ୍ପାନ୍‌ । ସିଭିୟର ସାଇକ୍ଲୋନିକ ଷ୍ଟର୍ମ ରୂପ ନେଇଥିବା ବାତ୍ୟା ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଭେରୀ ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଉତ୍ତର ଦିଗକୁ ଗତି କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.