କଟକଣା କୋହଳ ହେବା ସହ ପୁଣି ଚାଲିବ ଡ୍ୟାନ୍ସ ବାର୍

ଭୁବନେଶ୍ୱର : ଚାଲିବ ଡ୍ୟାନ୍ସ ବାର୍ କିନ୍ତୁ ଡ୍ୟାନ୍ସକୁ ନାହିଁ ଅନୁମତି । ୨୧ଟି ସର୍ତ୍ତ ଆଧାରରେ ଡ୍ୟାନ୍ସ ବାର୍ କୁ ଅନୁମତି ମିଳିଛି । ଡ୍ୟାନ୍ସ ବାର୍ ପରିସରରେ ଲାଗିବ ସିସିଟିଭି କ୍ୟାମେରା । ଗ୍ରାହକ ସିଧାସଳଖ ଟଙ୍କା ବା ଉପହାର ଦେଇପାରିବେନି । କଟକ ଓ ଭୁବନେଶ୍ୱରରେ କୌଣସି ବାରରେ ନୃତ୍ୟ ପରିବେଷଣ ହୋଇ ପାରିବ ନାହିଁ । କେବଳ ସଙ୍ଗୀତ ପରିବେଷଣ ଓ ଅର୍କେଷ୍ଟ୍ରା ହୋଇପାରିବ।
ଏଥିପାଇଁ କିଛି ସର୍ତ୍ତ ରହିଛି ବୋଲି କହିଛନ୍ତି ରାଜ୍ୟ ଅବକାରୀ କମିଶନର ନରସିଂହ ଭୋଳ । ପୂର୍ବ ଭଳି ୧୨୦ ବର୍ଗ ଫୁଟ ପରିସୀମାରେ ସଙ୍ଗୀତ ପରିବେଷଣ ହେବ, ତିନି ଫୁଟ ଉଚ୍ଚ ରେଲିଂ ରହିବ। ଯଦି ସର୍ତ୍ତ ଉଲ୍ଲଘଂନ କରନ୍ତି ତେବେ ବାର ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।