ରାଜ୍ୟ ସରକାରଙ୍କ ଫେବ୍ରୁଆରୀ ଗାଇଡଲାଇନ୍‌: ବିବାହ ଓ ଶେଷକୃତ୍ୟରେ ୫୦୦ ଲୋକଙ୍କୁ ଅନୁମତି, ପହିଲାରୁ ଖୋଲିବ ଅଙ୍ଗନବାଡି

ଭୁବନେଶ୍ବର: ଆସିଲା ରାଜ୍ୟ ସରକାରଙ୍କ ଫେବ୍ରୁଆରୀ ଗାଇଡଲାଇନ୍‌ । ୧ ଫେବ୍ରୁଆରୀରୁ ଖୋଲିବ ଅଙ୍ଗନବାଡି କେନ୍ଦ୍ର । ବିବାହ ଓ ଶେଷକୃତ୍ୟରେ ୫୦୦ ଲୋକଙ୍କୁ ଅନୁମତି ମିଳିଛି । ଆବଦ୍ଧ ସ୍ଥାନରେ ୫୦ ପ୍ରତିଶତ ଲୋକଙ୍କୁ ନେଇ କାର୍ଯ୍ୟକ୍ରମ ଚାଲିପାରିବ । ସାଂସ୍କୃତିକ, ସାମାଚିକ, ଧାର୍ମିକଳ ରାଜନୈତିକ ଓ କ୍ରୀଡା କାର୍ଯ୍ୟକ୍ରମରେ ୫୦୦ ଲୋକଙ୍କୁ ଅନୁମତି ମିଳିଛି ।

ସ୍କୁଲ୍ ଖୋଲିବା ନେଇ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବେ । ପ୍ରାଇମେରୀ ସ୍କୁଲ ଖୋଲିବା ନେଇ SOP ଆସିବ । କଲେଜ ଓ ହଷ୍ଟେଲ ଖୋଲିବା ନିଷ୍ପତ୍ତି ନେବ ଉଚ୍ଚଶିକ୍ଷା ବିଭାଗ । ସିନେମା ହଲ୍‌ ଓ ଥିଏଟରକୁ ପୂର୍ଣ୍ଣ ଅନୁମତି ମିଳିଛି । ଯାତ୍ରା ପରିବେଷଣ ପାଇଁ ସ୍ଥାନୀୟ ଅଧିକାରୀଙ୍କ ଅନୁମତି ନେବାକୁ ପଡ଼ିବ । ୧ରୁ ୨୮ ଫେବ୍ରୁଆରୀ ପର୍ଯ୍ୟନ୍ତ ଲାଗୁ ହେବ ଏହି ଗାଇଡଲାଇନ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.