ରାଜ୍ୟକୁ ଆସିବ ଏକ ଲକ୍ଷ କୋଟିର ନିବେଶ, ନୂଆଦିଲ୍ଲୀରେ ରାଜ୍ୟ ସରକାରଙ୍କ ବଡ଼ ଏମଓୟୁ

ନୂଆଦିଲ୍ଲୀ : ରାଜ୍ୟକୁ ଆସିବ ଏକଲକ୍ଷ କୋଟିର ନିବେଶ । ନୂଆଦିଲ୍ଲୀରେ ଶିଳ୍ପ ପ୍ରତିଷ୍ଠା ନେଇ ରାଜ୍ୟ ସରକାରଙ୍କ ବଡ଼ ଏମଓୟୁ । ଆଇଓସିଏଲ ଅଧିନରେ ଥିବା ୧୩ଟି ସଂସ୍ଥା ସହ ଏକଲକ୍ଷ ୩ହଜାର ୯୦କୋଟି ଟଙ୍କାର ଏମଓୟୁ ସ୍ବାକ୍ଷର କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ଉପସ୍ଥିତିରେ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି । ଏହି ଏମଓୟୁ ଦ୍ବାରା ରାଜ୍ୟର ବିକାଶ, ପ୍ରଗତି ଓ ଶକ୍ତି ସୁରକ୍ଷା କ୍ଷେତ୍ରରେ ନୂଆ ଅଧ୍ୟାୟ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ଓଡ଼ିଶା ସରକାରଙ୍କ ବଡ଼ ଏମଓୟୁ। ରାଜ୍ୟକୁ ଆସିବ ପ୍ରାୟ ଏକଲକ୍ଷ କୋଟିର ନିବେଶ। ନୂଆଦିଲ୍ଲୀରେ ଓଡିଶା ସରକାର ଏକଲକ୍ଷ ୩ହଜାର ୯୦କୋଟି ଟଙ୍କାର ୧୩ଟି ବୁଝାମଣାପତ୍ର ସ୍ବାକ୍ଷର କରିଛନ୍ତି। ଆଇଓସିଏଲ ଅଧିନରେ ଆସୁଥିବା ପେଟ୍ରୋନେଟ ଏନର୍ଜୀ, ଇଣ୍ଡିଆନ ଷ୍ଟ୍ରାଟେଜିକ ପେଟ୍ରୋଲିୟମ ରିଜର୍ଭ ଲିମିଟେଡ ସହ ଅନ୍ୟ କିଛି କଂପାନୀ ସହ ହୋଇଛି ଏମଓୟୁ। ରାଜ୍ୟ ଆଜି ଏକ ମାଇଲଷ୍ଟୋନ ହାସଲ କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଓଡ଼ିଶାକୁ ଶିଳ୍ପକ୍ଷେତ୍ରରେ ପାୱାର ହାଉସ ହେବ। ଓଡ଼ିଶା ଆଗାମୀ ଦିନରେ ପେଟ୍ରୋଲିୟମ, ପଲିମର, କେମିକାଲ ଓ ପେଟ୍ରୋକେମିକାଲ କ୍ଷେତ୍ରର ହବ ହେବ। ଏହି ଏମଓୟୁ ଦ୍ବାରା ରାଜ୍ୟର ବିକାଶ, ପ୍ରଗତି ଓ ଶକ୍ତି ସୁରକ୍ଷା କ୍ଷେତ୍ରରେ ନୂଆ ଅଧ୍ୟାୟ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ଏହି ନିବେଶ ଛଡ଼ା ଓଡ଼ିଶାକୁ ଅତିରିକ୍ତ ୭୦ହଜାର କୋଟିର ପୁଞ୍ଜି ମିଳିବ। ଓଡ଼ିଶାକୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ। ଆଗାମୀ ୨୫ ବର୍ଷରେ ଏହା ରାଜ୍ୟକୁ ସୁସଂଗଠିତ କରିବ ବୋଲି ସେ କହିଛନ୍ତି। ଏହି ଏମଓୟୁ ପରେ ପାରାଦ୍ବୀପରେ ଭାରତର ବୃହତ ଡୁଆଲ ଫିଡ ନାଫଥା କ୍ରାକର ପ୍ରୋଜେକ୍ଟ, ଚଣ୍ଡିଖୋଲରେ କ୍ରୁଡ ଅଏଲ ଷ୍ଟୋରେଜ ଫାସିଲିଟି, ଗୋପାଳପୁରରେ ଏଲଏନଜି ଟର୍ମିନାଲ ନିର୍ମାଣ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିକଶିତ ଓଡିଶା ବିକଶିତ ଭାରତ ଗଠନରେ ଏହା ବିକାଶର ନୂଆ ଅଧ୍ୟାୟ ଗଠନ କରିବ ବୋଲି ସେ କହିଛନ୍ତି। ଓଡ଼ିଶାର ଶିଳ୍ପଭିତ୍ତିଭୂମି ନିବେଶକଙ୍କୁ ପ୍ରକଳ୍ପ ନିର୍ମାଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବ ବୋଲି ଆଶା ରହିଛି।