କେମିତି ହେବ ଓଡ଼ିଶା ଅନ୍ଲକ୍-୭ ? ଆଜି ନୂଆ ଗାଇଡ୍ଲାଇନ୍ ଜାରି କରିବେ ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟରେ କେମିତି ରହିବ ଅନ୍ଲକ୍-୭ ଗାଇଡ୍ଲାଇନ୍ । କ’ଣ ଖୋଲିବ, କ’ଣ ବନ୍ଦ ରହିବ । ଏନେଇ ଆଜି ନୂଆ ଗାଇଡ୍ଲାଇନ୍ ଜାରି କରିବେ ରାଜ୍ୟ ସରକାର । ଡିସେମ୍ବର ୧ରୁ ୩୧ ତାରିଖ ପର୍ଯ୍ୟନ୍ତ ଗାଇଡ୍ଲାଇନ୍ ଜାରି କରାଯିବ । ରାଜ୍ୟରେ ଧାର୍ମିକ ଅନୁଷ୍ଠାନ, ସିନେମା ହଲ, ଥିଏଟର, ଅଡିଟରିୟମ୍, ସୁଇମିଂ ପୁଲ ଓ ବାର ଖୋଲିବ କି ? ଅନ୍ଲକ୍-୬ ନଭେମ୍ବର ଗାଇଡ୍ଲାଇନ୍ରେ ମନ୍ଦିର ଖୋଲିବା ନିଷ୍ପତ୍ତି ଜିଲ୍ଲାପାଳ ଓ ମ୍ୟୁନିସିପାଲିଟି କମିଶନରଙ୍କୁ ଦିଆଯାଇଥିଲା ।
ହେଲେ ଏପର୍ଯ୍ୟନ୍ତ ରାଜ୍ୟରେ କୌଣସି ଧାର୍ମିକ ଅନୁଷ୍ଠାନ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇନାହିଁ । ଡିସେମ୍ବର ମାସରେ ଅନେକ ପର୍ବପର୍ବାଣୀ ପଡ଼ିଥାଏ । ବଡ଼ ଦିନ ଓ ନୂଆବର୍ଷ ପାଇଁ ଲୋକଙ୍କ ମନରେ ଉତ୍ସାହ ରହିଛି । ତେଣୁ ନୂଆ ଗାଇଡ୍ଲାଇନ୍ରେ ଧାର୍ମିକ ଅନୁଷ୍ଠାନ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇପାରେ ।
କେନ୍ଦ୍ରର ଡିସେମ୍ବର ଗାଇଡ୍ଲାଇନ୍ରେ ସିନେମା ହଲ୍, ଥିଏଟର ୫୦ ପ୍ରତିଶତ କ୍ଷମତାରେ ଖୋଲିବା ପାଇଁ ଅନୁମତି ଦିଆଯାଇଛି । ଓଡ଼ିଶା କିନ୍ତୁ ଏଯାଏଁ ସିନେମା ହଲ୍ ଓ ଥିଏଟର ବନ୍ଦ ରହିଛି । ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ସିନେମା ହଲ୍ ଓ ଥିଏଟର ଖୋଲିବା ପାଇଁ ରାଜ୍ୟ ସରକାର ଅନୁମତି ଦେଇପାରନ୍ତି ।