ଉଦଳା: ରାଜ୍ୟପାଳଙ୍କ ଏସକର୍ଟ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ସାଇକେଲ ଆରୋହୀକୁ ବଞ୍ଚାଇବାକୁ ଯାଇ ପରସ୍ପର ମଧ୍ୟରେ ବାଡେଇ ହେଲା ଦୁଇଟି ବୋଲେରୋ ଗାଡ଼ି

ଉଦଳା(କେନ୍ୟୁଜ୍): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଏସକର୍ଟ ଗାଡ଼ି ଦୁର୍ଘଟଣାଗ୍ରସ୍ତ। ସାଇକେଲ ଆରୋହୀକୁ ବଞ୍ଚାଇବାକୁ ଯାଇ ପରସ୍ପର ମଧ୍ୟରେ ବାଡେଇ ହେଲା ଦୁଇଟି ବୋଲେରୋଗାଡ଼ି। ଉଦଳା-ବାରିପଦା ରାଜ୍ୟ ରାଜପଥ ପୁରୁଣାପାଣି ଛକ ନିକଟରେ ଏହି ଘଟଣା ଘଟିଥିଲା। ଖୁଣ୍ଟା ବ୍ଲକର ଧାନଘେରା ସ୍ଥିତ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.