ପୂଜା କଟକଣା ବିବାଦ ନେଇ ବୈଠକ ଡାକିଲେ ରାଜ୍ୟ ସରକାର

ଭୁବନେଶ୍ୱର(କେନ୍ୟୁଜ୍‌) : ପୂଜା କଟକଣା ବିବାଦ ପ୍ରସଙ୍ଗରେ କାଲି ବୈଠକ ଡାକିଛନ୍ତି ସରକାର । କଟକ ଶାନ୍ତି କମିଟି ଓ ପୂଜା କମିଟି ସଦସ୍ୟଙ୍କୁ ବୈଠକକୁ ଆମନ୍ତ୍ରଣ କରାଯାଇଛି । ଏଥିରେ ୭ଜଣ ସଦସ୍ୟ ଯୋଗ ଦେବେ ।

ବୈଠକରେ ମୁଖ୍ୟ ଶାସନ ସଚିବ ଓ ସ୍ୱତନ୍ତ୍ର ରିଲିଫ କମିଶନର ଉପସ୍ଥିତ ରହିବେ । ପ୍ରସ୍ତାବିତ ବୈଠକରେ ମୂର୍ତ୍ତିର ଉଚ୍ଚତା ଓ ଅନ୍ୟାନ୍ୟ କଟକଣା ସଂପର୍କରେ ଆଲୋଚନା ହେବ । ଚଳିତବର୍ଷ କରୋନା କଟକଣାରେ ପୂଜା ଆୟୋଜନକୁ ସରକାର ଅନୁମତି ଦେଇଛନ୍ତି । ମୂର୍ତ୍ତିର ଉଚ୍ଚତା ୪ଫୁଟରୁ ଅଧିକ ହେବ ନାହିଁ ବୋଲି ନିର୍ଦ୍ଦେଶ ରହିଛି ।

ଯାହାକୁ ବିରୋଧ କରୁଛନ୍ତି ବିଭିନ୍ନ ପୂଜା କମିଟି । ରାଜ୍ୟର ବିଭିନ୍ନ ସ୍ଥାନରୁ ଅସନ୍ତୋଷ ସାମାନକୁ ଆସୁଛି । ଆଜି ଏହି ପ୍ରସଙ୍ଗ ବିଧାନସଭାରେ ବି ଉଠିଥିଲା । ପୂର୍ଣ୍ଣ ମୃଣ୍ମୟ ମୂର୍ତ୍ତି ସହ କୋଭିଡ୍ କଟକଣାରେ ମଣ୍ଡପରେ ପୂଜା ଓ ଦର୍ଶନ ପାଇଁ ଭକ୍ତଙ୍କୁ ଅନୁମତି ଦେବାକୁ ଦାବି କରିଛି କଂଗ୍ରେସ । ପୂର୍ବ ନିୟମରେ ପରିବର୍ତ୍ତନ କରିବାକୁ ବିରୋଧୀ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.