ଅରୁଣ ପଣ୍ଡା ରାଜ୍ୟ ଷଷ୍ଠ ଅର୍ଥ ଆୟୋଗର ଅଧ୍ୟକ୍ଷ, ୬ମାସ ସୁଦ୍ଧା ଦେବେ ରିପୋର୍ଟ

ଭୁବନେଶ୍ୱର :  ରାଜ୍ୟ ଅର୍ଥ କମିଶନ ଗଠିତ ।  ଷଷ୍ଠ ରାଜ୍ୟ ଅର୍ଥ କମିଶନ ଗଠନ କଲେ ରାଜ୍ୟ ସରକାର।  ଅବସରପ୍ରାପ୍ତ ଆଇଏଏସ୍ ଅରୁଣ କୁମାର ପଣ୍ଡାଙ୍କୁ ଅର୍ଥ କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି ।  ସେହିପରି ସଦସ୍ୟ ଭାବେ ଏକ୍ସଆଇଏମବି ପ୍ରଫେସର ଅସିତ୍ ରଞ୍ଜନ ମହାନ୍ତି, ପୁଡୁଚେରୀ ବିଶ୍ୱବିଦ୍ୟାଳୟର ଅର୍ଥନୀତି ଅଧ୍ୟାପକ ପ୍ରଫେସର ଅମରେଶ ସାମନ୍ତରାୟ, ଟାଟା ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସ(ଟିଆଇଏସଏସ)ର ଡଃ ବିଭୂପ୍ରସାଦ ନାୟକ ଏବଂ ସଦସ୍ୟ ସଚିବ ଭାବେ ଅର୍ଥ ବିଭାଗର ଅତିରିକ୍ତ ସଚିବ ଡଃ ସତ୍ୟପ୍ରିୟ ରଥଙ୍କୁ ସାମିଲ କରାଯାଇଛି ।

ଆୟୋଗଙ୍କ କାର୍ଯ୍ୟକାଳ ବିଜ୍ଞପ୍ତି ପ୍ରକାଶ ପାଇବା ଦିନଠୁ ଅର୍ଥାତ୍ ଆଜିଠୁ ୬ମାସ କାର୍ଯ୍ୟ କରିବେ ।  ଅରୁଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ ଆୟୋଗ ୨୦୨୬ ଏପ୍ରିଲ ପହିଲାରୁ ପରବର୍ତ୍ତୀ ୫ ବର୍ଷ ପାଇଁ ରାଜ୍ୟର ଆର୍ଥିକ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ସୁପାରିଶ କରିବେ ।  ସଦସ୍ୟ ସଚିବଙ୍କ ବ୍ୟତୀତ ଅଧ୍ୟକ୍ଷ ଓ ଅନ୍ୟ ସଦସ୍ୟମାନେ ଆୟୋଗରେ ପୂର୍ଣ୍ଣକାଳୀନ ଅବା ପାର୍ଟଟାଇମ୍ ସେବା ପ୍ରଦାନ କରିପାରିବେ ।

 

ଆହୁରି ପଢନ୍ତୁ : ବିକଶିତ ଗାଁ ବିକଶିତ ଓଡିଶା ନାଁରେ ନୂଆ ଯୋଜନାକୁ କ୍ୟାବିନେଟ୍ ମୋହର, ୫ ବର୍ଷ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ