କାଳିଆ ଯୋଜନା ନିୟମାବଳୀରେ ସଂଶୋଧନ ଆଣିଲେ ରାଜ୍ୟ ସରକାର, କ୍ୟାବିନେଟ୍‌ ମଞ୍ଜୁରୀ ପରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ବର (କେନ୍ୟୁଜ୍) : କାଳିଆ ଯୋଜନା ନିୟମାବଳୀରେ ସଂଶୋଧନ ଆଣିଲେ ରାଜ୍ୟ ସରକାର । କ୍ୟାବିନେଟ୍‌ ମଞ୍ଜୁରୀ ପରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । କ୍ୟାବିନେଟ୍‌ କାଳିଆ ଓ ପିଏମ୍‌ କିଶାନର ପରିଚାଳନା ନିୟମାବଳୀର ତର୍ଜମା କରିବା ପରେ ଏହି ପଦକ୍ଷେପ ନିଆଯାଇଛି । ୨୦୧୯-୨୦ ଆର୍ଥିକ ବର୍ଷରେ ସବୁ ଯୋଗ୍ୟ ଚାଷୀ ପିଏମ୍‌ କିଶାନରୁ ସହାୟତା ପାଇବେ । ସବୁ ଯୋଗ୍ୟ ଚାଷୀ ପିଏମ୍‌ କିଶାନରେ ସହାୟତା ପାଉଥିବାରୁ ରବି ଚାଷ ପାଇଁ ଏହି ବର୍ଷ କାଳିଆ ଯୋଜନାରେ ଆଉ ଚାଷୀଙ୍କୁ ସହାୟତା ମିଳିବ ନାହିଁ ।

pmକ୍ଷୁଦ୍ର ଓ ନାମମାତ୍ର ଚାଷୀ ୨୦୨୦-୨୧ରୁ ପିଏମ୍‌ କିଶାନରୁ ୬ ହଜାର ଓ କାଳିଆରୁ ୪ ହଜାର ଟଙ୍କା ପାଇବେ । ବଡ଼ ଚାଷୀ ପିଏମ୍‌ କିଶାନରୁ ୬ ହଜାର ଟଙ୍କା ପାଇବେ । ବଡ଼ ଚାଷୀମାନେ ଅନ୍‌ ଲାଇନ୍‌ରେ ଆବେଦନ କରିପାରିବେ । ସେହିପରି ଭାଗଚାଷୀ କେବଳ କାଳିଆ ଯୋଜନାରେ ସହାୟତା ପାଇବେ । ଭାଗ ଚାଷୀଙ୍କୁ ବର୍ଷକୁ ୧୦ ହଜାର ଟଙ୍କା ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.