ଚିଟଫଣ୍ଡ ଜମାକାରୀ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଆଲୋଚନା , ଶ୍ୱେତପତ୍ର ପ୍ରକାଶ କରିବାକୁ ମିଳିଲା ପ୍ରତିଶୃତି

ଭୁବନେଶ୍ବର(କେନ୍ୟୁଜ୍) : ଚିଟଫଣ୍ଡ କ୍ଷତିଗ୍ରସ୍ତ ମିଳିତ ମଞ୍ଚ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଆଲୋଚନା । ସଚିବାଳୟରେ ଅର୍ଥମନ୍ତ୍ରୀ ଓ ସଚିବଙ୍କୁ ଭେଟି ଦାବିପତ୍ର ଦେବା ସହ ଆଲୋଚନା କରିଥିଲେ । ଚିଟଫଣ୍ଡ ପ୍ରସଙ୍ଗରେ ରାଜ୍ୟ ସରକାର ଏପଯ୍ୟର୍ନ୍ତ କଣ ପଦକ୍ଷେପ ନେଇଛନ୍ତି ଓ ସରକାରଙ୍କ ପାଖରେ ଚିଟଫଣ୍ଡ ଜମାକାରୀଙ୍କ ବାବଦରେ କଣ ତଥ୍ୟ ରହିଛି, ସେ ସମ୍ପର୍କିତ ଶ୍ୱେତପତ୍ର ପ୍ରକାଶ କରିବା ପାଇଁ ସରକାର ପ୍ରତିଶୃତି ଦେଇଥିବା ଚିଟଫଣ୍ଡ କ୍ଷତିଗ୍ରସ୍ତ ମିଳିତ ମଞ୍ଚ କହିଛି । ତେବେ ସବୁ ଜାମାକାରୀ ଟଙ୍କା ଫେରସ୍ତ ପାଇବା ପର୍ୟ୍ୟନ୍ତ ଆନ୍ଦୋଳନ ଜାରି ରଖିବେ । ଆସନ୍ତା ୨୨ ତାରିଖରେ କ୍ଷୁଦ୍ର ଜମାକାରୀ ଟଙ୍କା ଫେରି ପାଇବା ନେଇ ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିବେ ରାଜ୍ୟ ସରକାର । ଏହି ସୂଚନା ଦେଇଛନ୍ତି ବିଜେଡି ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ । ଗତକାଲି ରାଜଧାନୀର ରାଜରାସ୍ତାରେ ଗର୍ଜିଥିଲା କ୍ଷତିଗ୍ରସ୍ତ ଚିଟଫଣ୍ଡ ଜମାକାରୀ ମିଳିତ ମଞ୍ଚ । ମହାସଂଗ୍ରାମରେ ସାମିଲ ହୋଇଥିଲେ ରାଜ୍ୟର ବିଭିନ୍ନ ସ୍ଥାନରୁ ଜମାକାରୀ ।