IAS ଅଫିସର ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଛି କେଉଁ ଦାୟିତ୍ବ

ଭୁବନେଶ୍ବର(କେନ୍ଯୁଜ୍): IAS ଅଫିସର ସ୍ତରରେ ଅଦଳବଦଳ । ବିଶାଲ ଦେବଙ୍କୁ ଅର୍ଥ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତ । ସେ ପର୍ଯ୍ୟଟନ ଓ କ୍ରୀଡ଼ା ବିଭାଗର ସଚିବ ଥିଲେ। ଅଶୋକ ମୀନା ହେଲେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସଚିବ। ସେ ଅର୍ଥ ବିଭାଗ ସଚିବ ଥିଲେ। ସେହିପରି ପଞ୍ଚାୟତିରାଜ ବିଭାଗର ସଚିବ ଡିକେ ସିଂହ ଇସ୍ପାତ ଓ ଖଣି ବିଭାଗର ସଚିବ ଭାବେ ଦାୟିତ୍ୱ ତୁଲାଇବେ। ସେ ଏବେ ପଞ୍ଚାୟତିରାଜ ବିଭାଗର ପାନୀୟ ଜଳ ବିଭାଗର ସଚିବ ଅଛନ୍ତି।

ସେହିପରି ସୁରେନ୍ଦ୍ର କୁମାରଙ୍କୁ ସାଧାରଣ ପ୍ରଶାସନ ବିଭାଗର ସଚିବ ଭାବେ ନିଯୁକ୍ତି ମିଳିଛି। ସେ ପର୍ଯ୍ୟଟନ ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଇବେ । ସେ ଏବେ ଇସ୍ପାତ ଓ ଖଣି ବିଭାଗର ସଚିବ ଅଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଥିବା ଆର୍‌. ଭିନିଲ୍‌ କ୍ରିଷ୍ଣାଙ୍କୁ କ୍ରୀଡ଼ା ଓ ଯୁବସେବା ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.