ଓଡିଆରେ ଡାକ୍ତରୀ ବହି ପାଇଁ ଗଠନ ହେଲା କମିଟି

ଭୁବନେଶ୍ୱର: ଓଡିଆ ଡାକ୍ତରୀ ପିଲାଙ୍କ ପାଇଁ ଆସିଛି ଖୁସି ଖବର । ଏଥର ଡାକ୍ତରୀ ପାଠ ପଢି ପାରିବେ ନିଜ ମାତୃଭାଷାରେ । ଯାହାଦ୍ୱାରା ବହୁ ଡାକ୍ତରୀ ପାଠ ପଢିବା ପାଇଁ ଆଗ୍ରହ ପ୍ରକାଶ କରୁଥିବା ପିଲା ହେବେ ଉପକୃତ । ସେମାନଙ୍କ ସ୍ୱପ୍ନ ସାକାର ହେବାକୁ ଯାଉଛି । ରୋଗୀଙ୍କୁ ମଧ୍ୟ ଉନ୍ନତମାନର ଚିକିତ୍ସା ଯୋଗାଇ ପାରିବେ । ଏନେଇ ଏକ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର  ।  ଏନେଇ ଏକ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର ।   ଓଡିଆରେ ଏମବିବିଏସ ପାଠ୍ୟ ପୁସ୍ତକ ପାଇଁ ଗଠନ ହେଲା କମିଟି  । ୨୨ ଜଣିଆ ବିଶେଷଜ୍ଞ କମିଟି ଗଠନ କଲେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।

ଓଡିଶା ସ୍ୱାସ୍ଥ୍ୟ ବିଶ୍ୱ ବିଦ୍ୟାଳୟ ର କୁଳପତି ପ୍ରଫେସର ମାନସ ସାହୁ କମିଟି ଅଧ୍ୟକ୍ଷ ଅଛନ୍ତି ।  କେଉଁ ପାଠ୍ୟ ପୁସ୍ତକ ଅନୁବାଦ ହେବ,ବିଶେଷଜ୍ଞ କମିଟି ତାହା ଚୟନ କରିବେ  । ସୂଚନାଯୋଗ୍ୟ, ନିର୍ବାଚନ ସମୟରେ ବିଜେପିର ଚାଣକ୍ୟ ତଥା କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହ ରାଜ୍ୟରେ ବିଜେପି ସରକାର ଆସିଲେ ଓଡ଼ିଆ ଭାଷାରେ ପିଲାମାନେ ଡାକ୍ତରୀ ପାଠ ପଢ଼ିବେ ବୋଲି ଘୋଷଣା କରିଥିଲେ । ବିଜେପି ମଧ୍ୟ ନିଜର ନିର୍ବାଚନୀ ସଂକଳ୍ପରେ ଓଡ଼ିଆ ଭାଷାରେ ଆଇନ, ଇଞ୍ଜିନିୟରିଂ ଓ ଡାକ୍ତରୀ ପାଠ୍ୟକ୍ରମ ନିମନ୍ତେ ପ୍ରତିଶ୍ରୁତି ଦେଇଥିଲା ।