କେନ୍ୟୁଜ (ବ୍ୟୁରୋ): ରାଜ୍ୟରେ ଖୋଲିବ ଧର୍ମାନୁଷ୍ଠାନ। ଧର୍ମାନୁଷ୍ଠାନ ଖୋଲିବା ନେଇ ସରକାର ଗ୍ରୀନ ସିଗନାଲ ଦେଇଛନ୍ତି । ଏହା ଖୋଲିବା ନେଇ ଧର୍ମାନୁଷ୍ଠାନର ଅଧିକାରୀଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରିଛନ୍ତି ସରକାର। ଧର୍ମାନୁଷ୍ଠାନର ଅଧିକାରୀମାନେ ଜିଲ୍ଲା ପ୍ରଶାସନର ଅନୁମତିରେ ଧର୍ମାନୁଷ୍ଠାନ ଖୋଲିପାରିବେ। ଅନଲକ ୬ ନିୟମ ଅନୁଯାୟୀ ୫୦ ଜଣ ଭକ୍ତ ଠାକୁରଙ୍କୁ ଦର୍ଶନ କରିପାରବେ। କିନ୍ତୁ ଭକ୍ତଙ୍କ ସଂଖ୍ୟା କମ୍ ଥିବାରୁ ନିଷ୍ପତ୍ତି ନେଇ ପ୍ରଶ୍ନ ଉଠାଇଛି ବ୍ରହ୍ମଣ ନିଯୋଗ। ସେପଟେ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ଉଭୟ ମସ୍ଜିଦ୍ ଓ ଚର୍ଚ୍ଚର ଧର୍ମଗୁରୁ । କୋଭିଡ ସଂକ୍ରମଣକୁ ରୋକିବା ସମସ୍ତଙ୍କ ଦାୟିତ୍ୱ ବୋଲି ବୋଲି କହିଛି ଭୁବନେଶ୍ୱର ୟୁନିଟ-୪ ଅହମଦିୟା ମସ୍ଜିଦ୍। ସେହିଭଳି ଚର୍ଚ୍ଚର୍ରେ ମଧ୍ୟ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯିବ ବୋଲି କୁହାଯାଇଛି। ସମସ୍ତ କୋଭିଡ ନିୟମ ପାଳନ କରିବା ବାଧ୍ୟତାମୂଳକ ବୋଲି ସର୍ତ୍ତ ରଖିଛନ୍ତି ରାଜ୍ୟ ସରକାର।