ରାଜ୍ୟ ସରକାର ଜାରି କଲେ ଅନ୍‌ଲକ୍‌-୭ ଗାଇଡଲାଇନ୍, ଜାଣନ୍ତୁ କେଉଁ ସବୁ କ୍ଷେତ୍ରରୁ ହଟିଲା କଟକଣା ଆଉ କେଉଁଥିରେ ରହିଲା

କେନ୍ୟୁଜ୍(ବ୍ୟୁରୋ):  ଆସିଲା ଅନ୍‌ଲକ୍‌-୭ ଗାଇଡଲାଇନ୍‌। ଡିସେମ୍ବର ୧ରୁ ୩୧ ଯାଏଁ ଅନ୍‌ଲକ୍‌-୭ ଗାଇଡଲାଇନ୍‌ସ ଜାରି। ନୂଆ ଗାଇଡଲାଇନ୍‌ ଜାରି କଲେ ଓଡ଼ିଶା ସରକାର। ଆସନ୍ତାକାଲି ଠାରୁ ଖୋଲିବ ସମସ୍ତ ମେଡିକାଲ କଲେଜ। ନବମରୁ ଯୁକ୍ତ ଯାଏ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେବ ସ୍କୁଲ ଓ ଗଣଶିକ୍ଷା ବିଭାଗ। ବଡ଼ଧରଣର ସାମାଜିକ, ରାଜନୈତିକ, ସାଂସ୍କୃତିକ, ଧାର୍ମିକ ସମାବେଶ ଉପରେ କଟକଣା।

guidelines

  • ସିନେମା ହଲ୍‌, ଥିଏଟର୍‌, ସୁଇମିଂ ପୁଲ୍‌ ବନ୍ଦ ରହିବ
  • ସର୍ବସାଧାରଣରେ ପୂଜା ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଅନୁମତି ଦେବେ
  • ସ୍ଥିତି ଅନୁଧ୍ୟାନ କରି କଟକଣା ଭିତରେ ଅନୁମତି ଦିଆଯିବ
  • ବ୍ୟବସାୟିକ ପ୍ରଦର୍ଶନୀ ପାଇଁ ଅନୁମତି
  • ପ୍ରଦର୍ଶନୀ ହଲ୍‌ରେ ୫୦% କ୍ଷମତାରେ ପ୍ରଦର୍ଶନୀ ପାଇଁ ଅନୁମତି
  • କଲେଜ ଖୋଲିବା ନିଷ୍ପତ୍ତି ନେବେ ଉଚ୍ଚଶିକ୍ଷା ବିଭାଗ
  • ବିବାହ ଉତ୍ସବରେ ୨୦୦ ଲୋକ ସାମିଲ ହୋଇପାରିବେ
  • ଶେଷକୃତ୍ୟ ବେଳେ ୫୦ ଜଣ ରହିପାରିବେ
  • କଣ୍ଟେନମେଣ୍ଟ ଜୋନରେ ଲକ୍ ଡାଉନ ସମ୍ପର୍ଣ୍ଣ କରାଯାଇପାରିବ, ସ୍ଥାନୀୟ ପ୍ରଶାସନ   କଣ୍ଟେନମେଣ୍ଟ ଜୋନ୍ ନିର୍ଦ୍ଧାରଣ କରିବେ
  • ଟେଷ୍ଟିଂ, ଟ୍ରେସିଂ ଏବଂ ଆଇସୋଲେସନ ଉପରେ  ଗୁରୁତ୍ୱ।
  • ଡିସେମ୍ବର ୩୧ ଯାଏ ଦେଶ ବାହାରକୁ ବିମାନରେ ଯାତ୍ରା ମନା।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.