ମାଓ ପ୍ରବଣ ସ୍ୱାଭିମାନ ଅଞ୍ଚଳରେ ସରକାରଙ୍କ ନୂଆ ପଦକ୍ଷେପ, ଯୋଡାମ୍ବ ଠାରୁ ଜିଲ୍ଲା ସଦର ମହକୁମା ପର୍ଯ୍ୟନ୍ତ ଗଡିଲା ସରକାରୀ ବସ୍‌

ମାଲକାନଗିରି (କେନ୍ୟୁଜ୍): ସ୍ୱାଭିମାନ ଅଞ୍ଚଳରେ ଗଡିଲା ବସ୍‌ । ମାଲକାନଗିରି ଜିଲ୍ଲା ମାଓ ପ୍ରବଣ ସ୍ୱାଭିମାନ ଅଞ୍ଚଳରେ ସରକାରଙ୍କ ନୂଆ ପଦକ୍ଷେପ । ସ୍ୱାଭିମାନ ଅଞ୍ଚଳର ଯୋଡାମ୍ବ ଠାରୁ ଜିଲ୍ଲା ସଦର ମହକୁମା ପର୍ଯ୍ୟନ୍ତ ଏକ ସରକାରୀ ବସ୍‌ ସେବାର ଶୁଭାରମ୍ଭ କରାଯାଇଛି ।

ଏଥିରେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ଟାଙ୍ଗୁଲ, ଚିତ୍ରକୋଣ୍ଡା ବ୍ଳକ ଅଧ୍ୟକ୍ଷା ରାଜେଶ୍ୱରୀ ଖିଲ, ଜିଲ୍ଲାପାଳ ବିଶାଲ ସିଂ ଓ ଉପ ଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଡୁଙ୍କ ସହ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ବସ୍‌ ସେବା ଦ୍ୱାରା ଯୋଡାମ୍ବ ସମେତ ୧୦ଟି ପଞ୍ଚାୟତର ଲୋକେ ସୁବିଧାରେ ଯାତାୟାତ କରିପାରିବେ । ଏହି ବସ୍‌ ପ୍ରତିଦିନ ଚାଲିବ । ବସ୍‌ ଗଡିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣେଇଛନ୍ତି ସ୍ୱାଭିମାନ ଅଞ୍ଚଳବାସୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.