ରାଜ୍ୟ

ପ୍ରତିଶୃତି ପୂରଣ କଲେ ରାଜ୍ୟ ସରକାର, ଚାରି ଜଣ କରୋନା ଯୋଦ୍ଧାଙ୍କ ପରିବାରବର୍ଗଙ୍କୁ ମିଳିଲା ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା

ଗଞ୍ଜାମ (କେନ୍ୟୁଜ୍): ଗଞ୍ଜାମ ପୋଲିସ ଜିଲ୍ଲାରେ କୋଭିଡ୍ -୧୯ ସଂକ୍ରମଣ  ସମୟରେ  କାର୍ଯ୍ୟରତ ଚାରି ଜଣ  ପୋଲିସ କର୍ମଚାରୀମାନେ କୋରନାରେ ସଂକ୍ରମିତ ହୋଇ ମ୍‌ତ୍ୟୁବରଣ କରିଥିଲେ ।  ନିଜ ଦାୟିତ୍ୱ ତୁଲାଉଥିବା ବେଳେ ମୃତ୍ୟୁବରଣ କରିଥିବା ଚାରି ଜଣ କରୋନା ଯୋଦ୍ଧା ହେଲେ  ଜିଲ୍ଲାର ଆସିକା ଥାନା ଅନ୍ତର୍ଗତ କୋଟିନାଡ଼ା ପୋଲିସ ଫାଣ୍ଡିରେ କାର୍ଯ୍ୟରତ କନେଷ୍ଟବଳ ଗୋଲକ ବିହାରୀ ନାୟକ, ଭଞ୍ଜନଗର କୋର୍ଟରେ କାର୍ଯ୍ୟରତ କର୍ମଚାରୀ ଏଏସଆଇ ରବିନ୍ଦ୍ର ନାଥ ବେହେରା, ତାରସିଂ ଥାନାରେ କାର୍ଯ୍ୟରତ କର୍ମଚାରୀ  ଏଏସଆଇ ଶିବରାମ ଦାସ ଓ କନେଷ୍ଟବଳ ରଙ୍କନିଧି ପ୍ରଧାନ  ।

କୋଭିଡ୍ ସମୟରେ ଡ୍ୟୁଟି  କରୁଥିବା ବେଳେ ନିଜ ସଂକ୍ରମିତ ହୋଇ ଗୋଲକ  ଜୁଲାଇ ମାସ ୧୧  ତାରିଖ , ଶିବରାମ ଅଗଷ୍ଟ  ମାସ ୩  ତାରିଖ , ରବିନ୍ଦ୍ର ନାଥ ଜୁଲାଇ ମାସ ୨୪ ଓ ରଙ୍କନିଧି ଅକ୍ଟୋବର ମାସ ୧୬ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ  । ତେବେ ରାଜ୍ୟ ସରକାର ଘୋଷଣା କରିଥିଲେ ଯେ, ଯଦି କୌଣସି ସରକାରୀ କର୍ମଚାରୀ କୋଭିଡ୍ ଆକ୍ରନ୍ତରେ ମୃତ୍ୟୁବରଣ କରନ୍ତି ତେବେ  ତାଙ୍କ ପରିବାର ଲୋକଙ୍କୁ ୫୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବ। ରାଜ୍ୟ ସରକାରଙ୍କ ଘୋଷଣା ମୁତାବକ ଆଜି କୋଭିଡ୍ ଯୋଦ୍ଧାଙ୍କ ପରିବାରବର୍ଗଙ୍କୁ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ  ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି  ।

ପ୍ରତ୍ୟେକ ପରିବାର ବର୍ଗଙ୍କୁ ୫୦ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଥିବା ବେଳେ ଚାରୋଟି ପରିବାରଙ୍କୁ 2 କୋଟି ଟଙ୍କାର ଆର୍ଥିକ ଅନୁକମ୍ପା ପ୍ରଦାନ କରାଯାଇଛି  । ଏଥିପୂର୍ବରୁ ସହୀଦ ହୋଇଥିବା ପୋଲିସ କର୍ମଚାରୀଙ୍କ ପରିବାରକୁ ୬୦ ବର୍ଷ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ଦରମା ବା ପେନସନ ପ୍ରଦାନ କରାଯିବ।  ଏହାସହ ସର୍ବାଧିକ ଗ୍ରାଚୁଟି ଟଙ୍କା ପ୍ରାୟ ୧୫ ଲକ୍ଷ ,ଗ୍ରୁପ୍ ଇନସୁରାନସ ଓ ଗଞ୍ଜାମ ଜିଲ୍ଲା ୱେଲଫର ଫଣ୍ଡରୁ ଏକ ଲକ୍ଷଟଙ୍କା ପ୍ରଦାନ କରାଯାଇଛି। ଏହା ସହିତ ପ୍ରତ୍ୟେକ ପରିବାର ଲୋକଙ୍କୁ ପାଖାପାଖି ୨୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ଗଞ୍ଜାମ ଏସପି ବ୍ରିଜେସ୍ ରାଏ ସୂଚନା ଦେଇଛନ୍ତି  ।

ଏହି ଅବସରରେ ଚାରି ଜଣ ସହୀଦ କର୍ମଚାରୀଙ୍କ ପରିବାରବର୍ଗଙ୍କୁ  ଛତ୍ରପୁରସ୍ଥିତ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ଏସପି ନିଜେ ଉପସ୍ଥିତ ରହି ଆର୍ଥିକ ସହାୟତା ଯୋଗାଇ ଦେଇଥିବା ବେଳେ ଏହି ଅବସରରେ ବହୁ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ  । ସେପଟେ ସରକାରଙ୍କ ଘୋଷଣା ମୁତାବକ ପ୍ରତ୍ୟେକ ପରିବାର ୫୦ ଲକ୍ଷ ଟଙ୍କା  ଆର୍ଥିକ ଅନୁକମ୍ପା ରାଶି ଗ୍ରହଣ କରିଥିବାରୁ ରାଜ୍ୟ ସରକାର ଓ ପୋଲିସ ବିଭାଗକୁ ଧନ୍ୟବାଦ ଦେଇଛନ୍ତି କୋଭିଡ୍ ଯୋଦ୍ଧାଙ୍କ ପରିବାର ଲୋକେ   ।

KNews Bureau

Recent Posts

ବାରବାଟୀରେ ଖେଳାଯିବ ଓ୍ଵାନ-ଡେ ମ୍ୟାଚ୍‌, ଫେବ୍ରୁଆରୀ ୯ରେ ହେବ ଖେଳ

କେନ୍ୟୁଜ(ବ୍ୟୁରୋ) : ବାରବାଟୀରେ ଖେଳାଯିବ ଭାରତ-ଇଂଲଣ୍ଡ ଓ୍ଵାନ ଡେ ମ୍ୟାଚ୍‌ । ୨୦୨୫ ଫେବ୍ରୁଆରୀ ୯ ତାରିଖ ରବିବାରରେ ଖେଳାଯିବ…

14 seconds ago

୭୫ ବର୍ଷ ବୟସରେ ତିନିଚକିଆ ଗାଡିରେ ଘର ଘର ବୁଲି ପରିବା ବିକୁଛନ୍ତି ଦିବ୍ୟାଙ୍ଗ

ସୋରଡା (କେନ୍ୟୁଜ) : ଏଇ ବୋଧେ ଜୀବନ । ଆଉ ଏ ଜୀବନରେ ଇଏ ବୋଧେ ସଂଘର୍ଷ । ତିନି…

14 mins ago

ତାତି ନେଉଛି ଜୀବନ, ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ତାତି ନେଉଛି ଜୀବନ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ ହୋଇଥିବା…

15 mins ago

ତିନି ଦିନ ମଧ୍ୟରେ ୩ ଜଣଙ୍କୁ ମାରିଦେଲା ନାବାଳକ

ଭଦ୍ରକ: ତିନି ଦିନରେ ନେଇଛି ୩ ଜୀବନ । ଗୋଟିଏ ପରେ ଗୋଟିଏ ଜୀବନ ନେଇଛି ଅଭିଯୁକ୍ତ ନାବାଳକ ।…

58 mins ago

ବନ୍ଦ ହେଲା ପ୍ରିୟଙ୍କା ଚୋପ୍ରାଙ୍କ ରେଷ୍ଟୁରାଣ୍ଟ, ପାର୍ଟନରସିପ୍ ସରିବା ପରେ ହେଲା ଖରାପ ଅବସ୍ଥା

ପ୍ରିୟଙ୍କା ଚୋପ୍ରା କେବଳ ଜଣେ ମହାନ ଅଭିନେତ୍ରୀ, ଗାୟକ ଏବଂ ଲେଖକ ନୁହଁନ୍ତି, ସେ ଜଣେ ଭଲ ବ୍ୟବସାୟୀ ମଧ୍ୟ…

1 hour ago

କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିବା ପରେ ଖୁସିରେ ଡିଆଁ ମାରିଲେ ବିରଳ କୃଷ୍ଣସାର ମୃଗ

ଗୋପ (କେନ୍ୟୁଜ): କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିଲେ ବିରଳ ୧୦ କୃଷ୍ଣସାର ମୃଗ । ବନବିଭାଗ ପକ୍ଷରୁ ବିରଳ କୃଷ୍ଣସାର…

1 hour ago