ପୋଲିସ କର୍ମଚାରୀଙ୍କ ପାଇଁ ଖୁସି ଖବର । ଏଥର ୭ ବର୍ଷ ପରେ ଜଣେ ଏସ୍ଆଇ ହୋଇପାରିବେ ଇନ୍ସପେକ୍ଟର । ପଦୋନ୍ନତି ସମୟସୀମାକୁ ହ୍ରାସ କରିଛନ୍ତି ରାଜ୍ୟ ସରକାର । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ପୂର୍ବରୁ ଜଣେ ସବ୍ ଇନ୍ସପେକ୍ଟର ୧୦ବର୍ଷ ପରେ ପଦୋନ୍ନତି ପାଇ ଇନ୍ସପେକ୍ଟର ହେଉଥିଲେ । ସବ୍ ଇନ୍ସପେକ୍ଟରଙ୍କ ପଦୋନ୍ନତି ନିୟମ କୋହଳ କରିଛନ୍ତି ରାଜ୍ୟ ସରକାର ।
ଏବେ ଏହି ସମୟସୀମାକୁ ହ୍ରାସ କରି ୭ ବର୍ଷ କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ପଦୋନ୍ନତିକୁ ୧୦ ବର୍ଷରୁ ୭ ବର୍ଷକୁ ହ୍ରାସ କରି ଦିଆଯାଇଛି । ପୂର୍ବରୁ ୧୦ ବର୍ଷ ପରେ ଜଣେ ଏସ୍ଆଇରୁ ଇନ୍ସପେକ୍ଟର ପଦବି ପାଇଁ ପଦୋନ୍ନତି ପାଉଥିଲେ । କିନ୍ତୁ ଏଣିକି ପଦୋନ୍ନତି ପାଇଁ ଆଉ ୧୦ ବର୍ଷ ଅପେକ୍ଷା କରିବାକୁ ପଡ଼ିବ ନାହିଁ ।