Categories: ରାଜ୍ୟ

ଓଡ଼ିଶା ଆସିବ ଡାକୋଟା, ଉଦ୍ୟମ ଆରମ୍ଭ କରିଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର (କେନ୍ୟୁଜ୍) : ରାଜଧାନୀକୁ ଆସିବ ଡାକୋଟା । ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରି ସାରିଛନ୍ତି । ଏ ପ୍ରସଙ୍ଗରେ ଆଲୋଚନା ପାଇଁ ଆଜି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିବ । ବର୍ତ୍ତମାନ ବିମାନଟି କୋଲକାତାରେ ରହିଛି । ବିଜୁ ବାବୁଙ୍କ ପ୍ରତିଷ୍ଠିତ କଳିଙ୍ଗ ଏୟାରଲାଇନ୍‌ସରେ ୧୪ଟି ବିମାନ ଥିଲା । ସେଥିରୁ ଡାକୋଟା ବିଜୁ ବାବୁଙ୍କ ବେଶ ପ୍ରିୟ ଥିଲା । ଡାକୋଟାକୁ ନିଜେ ବିଜୁ ବାବୁ ବ୍ୟବହାର କରୁଥିଲେ । ବର୍ତ୍ତମାନ ଏହା କୋଲକାତାରେ ରହିଛି । ବିମାନଟିକୁ ଓଡ଼ିଶା ଆଣିବାକୁ ବିଭିନ୍ନ ମହଲରେ ଦାବି ଉଠିଥିଲା । ଏହାପରେ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଥିଲେ । କୋଲକାତାରୁ ବିମାନର ବିଭିନ୍ନ ପାର୍ଟସ୍‌କୁ ଖୋଲି ଏହାକୁ ଭୁବନେଶ୍ୱର ଅଣାଯିବ । ଭୁବନେଶ୍ୱରରେ ପାର୍ଟଗୁଡିକ ଯୋଡ଼ାଯାଇ ବିଜୁ ପଟ୍ଟନାୟକ ଏୟାର ପୋର୍ଟସ୍‌ରେ ରଖିବାକୁ ଯୋଜନା ହେଉଥିବା ସୂଚନା ମିଳିଛି । ପ୍ରଥମେ ଏହାକୁ ଆନନ୍ଦ ଭବନ ସଂଗ୍ରାହଳୟରେ ରଖିବାକୁ ଯୋଜନା ହୋଇଥିଲା । କିନ୍ତୁ ସ୍ଥାନର ଅଭାବ ଥିବାକୁ ଏହାକୁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ରଖିବାକୁ ସ୍ଥିର କରାଯାଇଥିଲା । ଡାକୋଟା ବିମାନକ ଓଡ଼ିଶା ଆଣିବା ପାଇଁ ରାଜ୍ୟ ପରିବହନ ବିଭାଗୁ ଦାୟିତ୍ୱ ଦିଆଯାଇଛି ।

KNews Bureau

Recent Posts

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

5 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

39 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

47 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

1 hour ago