ଅକ୍ସିଜେନ ହବ୍‌ ପାଲଟିଛି ଓଡ଼ିଶା: ୮ ରାଜ୍ୟକୁ ଯୋଗାଉଛି ମେଡିକାଲ ଅକ୍ସିଜେନ୍

ଭୁବନେଶ୍ବର: ଅକ୍ସିଜେନ ହବ୍‌ ପାଲଟିଛି ଓଡ଼ିଶା । ୮ ରାଜ୍ୟକୁ ଯୋଗାଉଛି ମେଡିକାଲ ଅକ୍ସିଜେନ । ୨୧୪ ଟ୍ୟାଙ୍କରରେ ପଠାଗଲାଣି ୩ହଜାର ୯୬୪ ମେଟ୍ରିକ ଟନ ଅକ୍ସିଜେନ । ଆନ୍ଧ୍ର, ତେଲେଙ୍ଗାନା, ମଧ୍ୟପ୍ରଦେଶ, ହରିୟାଣା, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ଛତିଶଗଡ଼ ଓ ତାମିଲନାଡୁକୁ ପଠାଯାଇଛି ।

ରାଉରକେଲାରୁ ୮୨ ଟ୍ୟାଙ୍କର, ଯାଜପୁର ୬୦ ଟ୍ୟାଙ୍କର, ଢେଙ୍କାନାଳ ୪୬ ଟ୍ୟାଙ୍କର ଓ ଅନୁଗୁଳରୁ ୨୬ ଟ୍ୟାଙ୍କର ଅକ୍ସିଜେନ ଯାଇଛି । ଗ୍ରୀନ୍‌ କରିଡର ଦେଇ ଏସବୁ ପରିବହନ କରାଯାଉଛି । ଓଡ଼ିଶା ପୋଲିସ ସ୍ୱତନ୍ତ୍ର ଏସକର୍ଟ କରି ଅକ୍ସିଜେନ ଟ୍ୟାଙ୍କର ପଠାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.