ବୁଲା କୁକୁର ସଂଖ୍ୟାରେ ଓଡ଼ିଶା ଦେଶରେ ଦ୍ୱିତୀୟ, ଲାଇଭଷ୍ଟକ ସେନସସ୍‌ ୨୦୧୯ରୁ ମିଳିଛି ରିପୋର୍ଟ

କେନ୍ୟୁଜ୍(ବ୍ୟୁରୋ): ବୁଲା କୁକୁର ସଂଖ୍ୟାରେ ଓଡ଼ିଶା ଦେଶରେ ଦ୍ୱିତୀୟ । ଲାଇଭଷ୍ଟକ ସେନସସ୍‌ ୨୦୧୯ରୁ ଆସିଛି ଏହି ରିପୋର୍ଟ । ୨୦ ଲକ୍ଷ ୫୯ ହଜାର ସଂଖ୍ୟା ସହ ଉତ୍ତର ପ୍ରଦେଶ ପ୍ରଥମ ସ୍ଥାନରେ ଥିବା ବେଳେ ୧୭ ଲକ୍ଷ ୩୪ ହଜାର ବୁଲା କୁକୁରଙ୍କ ସହ ଓଡ଼ିଶା ୨ୟ ସ୍ଥାନରେ ରହିଛି । ଏହି ରିପୋର୍ଟ ଅନୁସାରେ ରାଜ୍ୟରେ ଆନିମଲ ବାର୍ଥ କଣ୍ଟ୍ରୋଲ ସିଷ୍ଟମ ଫେଲ ମାରିଛି ।

୨୦୧୨ ରୁ ୨୦୧୯ ମଧ୍ୟରେ ଶହେ ପ୍ରତିଶତ ବୁଲା କୁକୁରଙ୍କ ସଂଖ୍ୟା ବୃଦ୍ଧି ପାଇଛି । ୨୦୧୨ ରେ ବୁଲା କୁକୁରଙ୍କ ସଂଖ୍ୟା ୮ ଲକ୍ଷ ୬୨ ହଜାର ଥିଲା । ଏବେ ଏହା ୧୭ ଲକ୍ଷ ୩୪ ହଜାରରେ ପହଞ୍ଚିଛି । ପ୍ରତିବର୍ଷ ନିୟମିତ ଭାବେ କୁକୁରଙ୍କ ବନ୍ଧ୍ୟାକରଣ କରିଲେ କୁକୁରଙ୍କ ସଂଖ୍ୟା ନିୟନ୍ତ୍ରଣରେ ରହିବ ବୋଲି କହିଛନ୍ତି ଆନିମଲ ଫର ସେବାର ସମ୍ପାଦକ ଜୀବନ ଦାସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.