ପୌର ନିର୍ବାଚନ ମାମଲା: ରାଜ୍ୟ ନିର୍ବାଚନ କମିଶନଙ୍କୁ ହାଇକୋର୍ଟଙ୍କ ନୋଟିସ୍, ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ ନିର୍ଦ୍ଦେଶ

କଟକ (କେନ୍ୟୁଜେ): ପୌର ନିର୍ବାଚନ ମାମଲାରେ ଜବାବ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏନେଇ ନିର୍ବାଚନ କମିଶନଙ୍କୁ ନୋଟିସ୍‌ ଜାରି ହୋଇଛି । ୩ଟି ପୃଥକ ମାମଲାର ଏକତ୍ର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ୱର, କଟକ ଓ ପୁରୀ ପୌର ନିର୍ବାଚନ ପାଇଁ ମାମଲା ହୋଇଥିଲା। ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷ ରଖିବେ। ୪ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ମାମଲାର ପରିଚାଳନା କରୁଛନ୍ତି ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.