ଜନ ସାଧାରଣଙ୍କୁ ଅନୁରୋଧ, ଅତି ଦରକାର ନଥିଲେ ହସ୍ପିଟାଲକୁ ବାରମ୍ବାର ଆସନ୍ତୁ ନାହିଁ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

କଟକ(କେନ୍ୟୁଜ୍):ଅତି ଦରକାର ନଥିଲେ ରୋଗୀ ହସ୍ପିଟାଲକୁ ବାରମ୍ବାର ଆସନ୍ତୁ ନାହିଁ। ହସ୍ପିଟାଲରେ ସବୁବେଳେ ଅଧିକ ଗହଳି ହୁଏ, ଅତି ଆବଶ୍ୟକ ନଥିଲେ ଆସନ୍ତୁ ନାହିଁ। ସାଧାରଣ ରୋଗୀଙ୍କ ରୋଗ ଲାଗି ଟେଲିମେଡିସିନ ସେବା ଆରମ୍ଭ ହୋଇଛି। ସେଠାରେ ଯୋଗାଯୋଗ କରି ଔଷଧ ନେଇପାରିବେ। ଓପିଡିର ଆଟେଣ୍ଡାନ୍ସ କମାଇବାକୁ ବି କୁହାଯାଇଛି। ହସ୍ପିଟାଲରେ ମାଇନର ସର୍ଜରୀ ନୁହେଁ, କେବଳ ଜରୁରୀକାଳୀନ ସର୍ଜରୀକୁ ପ୍ରାଥମିକତା ଦିଆଯିବ।

civud

ରାଜ୍ୟରେ ଯେପରି ସଂକ୍ରମଣ ନ ବଢିବ, ସେଥିଲାଗି ଏଭଳି କଟକଣା ଲଗାଯାଇଛି। ସବୁଦିଗକୁ ଧ୍ୟାନରେ ରଖି ସରକାର ଉଚିତ ପଦକ୍ଷେପ ନେଉଛନ୍ତି । ସରକାର କଣ ପଦକ୍ଷେପ ନେଉଛନ୍ତି,ତାକୁ ଅପେକ୍ଷା କରିବାକୁ ପଡିବ। ରାଜ୍ୟରେ ଏବେ ସଂକ୍ରମଣ ବଢୁଛି। ସମ୍ଭାବ୍ୟ ସିଭିୟରିଟିକୁ ନଜରରେ ରଖି ଭିତ୍ତିଭୂମି ପ୍ରସ୍ତୁତ କରି ରଖିଛୁ। ବର୍ତ୍ତମାନ ସର୍ଭେଲାନ୍ସ ଓ ଟିକାକରଣ ଚାଲିଛି। ହସ୍ପିଟାଲ କ୍ଷେତ୍ରରେ ରାଜ୍ୟ ଭଲ ସ୍ଥିତିରେ ଅଛି। ସରକାର ଉଚିତ ପଦକ୍ଷେପ ନେଉଛନ୍ତି। ଆବଶ୍ୟକ ପଡ଼ିଲେ ଆଗକୁ ଟେଷ୍ଟିଂ ବଢ଼ାଯିବ, ନଚେତ କମାଯିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ସୂଚନା ଦେଇଛନ୍ତି।