ଆସନ୍ତାକାଲିଠୁ ୧୭ ତାରିଖ ଯାଏ ସମ୍ପୂର୍ଣ୍ଣ ବନ୍ଦ ରହିବ ହାଇକୋର୍ଟ: କିଛି କର୍ମଚାରୀ ସଂକ୍ରମିତ ହୋଇଛନ୍ତି

କଟକ(କେନ୍ୟୁଜ୍): ଓଡ଼ିଶା ହାଇକୋର୍ଟ ୫ ଦିନ ସଟଡାଉନ୍‌ । ଆସନ୍ତାକାଲିଠୁ ୧୭ ତାରିଖ ଯାଏ ସମ୍ପୂର୍ଣ୍ଣ ବନ୍ଦ ରହିବ ହାଇକୋର୍ଟ । କୋର୍ଟ କାର୍ଯ୍ୟ ଓ ଏହାର କାର୍ଯ୍ୟାଳୟ ବନ୍ଦ ରହିବ । ରାଜ୍ୟରେ କୋଭିଡ୍‌ ସଂକ୍ରମଣ ବଢୁଥିବା ବେଳେ ହାଇକୋର୍ଟର କର୍ମଚାରୀ ବି ସଂକ୍ରମିତ ହୋଇଛନ୍ତି । ଏହାକୁ ଦୃଷ୍ଟିର ରଖି ହାଇକୋର୍ଟକୁ ୫ ଦିନ ବନ୍ଦ ଘୋଷଣା କରାଯାଇଛି ।

୧୮ ତାରିଖରୁ ଆରମ୍ଭ ହେବ କୋର୍ଟ କାର୍ଯ୍ୟ । ୧୮ ତାରିଖରୁ କେବଳ ଦୁଇଟି ଡିଭିଜନ୍‌ ବେଞ୍ଚ ଓ ୭ଟି ସିଙ୍ଗଲ ବେଞ୍ଚରେ ମାମଲାର ଶୁଣାଣି ହେବ । ଫେବ୍ରୁଆରୀ ୪ ତାରିଖ ଯାଏ ଏଭଳି ଚାଲିବ କୋର୍ଟ କାର୍ଯ୍ୟ । ଜାନୁଆରୀ ୧୮ରୁ ଫେବ୍ରୁଆରୀ ୪ ତାରିଖ ଭିତରେ ହେବାକୁ ଥିବା ସମସ୍ତ ଶୁଣାଣି ବାତିଲ । କେବଳ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ଭର୍ଚୁଆଲରେ ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.