ରାଜ୍ୟ

ଜବତ ଗାଡିଗୁଡିକୁ ରିଲିଜ ପାଇଁ ସ୍ୱତନ୍ତ୍ର ପଲିସି ଆଣିବାକୁ ପରିବହନ କମିଶନରଙ୍କୁ ନିର୍ଦ୍ଦେଶ ଦେଲେ ଓଡିଶା ହାଇକୋର୍ଟ

ବିଭିନ୍ନ ମାମଲାରେ ଥାନା, ଅବକାରୀ ବିଭାଗ ଓ ବନ ବିଭାଗ ଦ୍ଵାରା ଜବତ ହେଉଥିବା ଗାଡି ଗୁଡିକୁ ରିଲିଜ କରିବା ପାଇଁ ରାଜ୍ୟ ସରକାରଙ୍କ ପରିବହନ କମିଶନର ସ୍ୱତନ୍ତ୍ର ପଲିସି ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ। ଡ଼କ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠ ଏକ ଜବତ ଗାଡିର ରିଲିଜ ପାଇଁ ହୋଇଥିବା ପିଟିସନର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି।

ଥାନା, ଅବକାରୀ ବିଭାଗ ଓ ବନ ବିଭାଗ ପରିସରରେ ଜବତ ହୋଇ ରହୁଥିବା ଗାଡିଗୁଡିକୁ ନଷ୍ଟ ହେବା ପୂର୍ବରୁ କିଭଳି ଓ କେଉଁ ସର୍ତ୍ତରେ ରିଲିଜ କରି ହେବ ସେ ନେଇ ହାଇକୋର୍ଟରେ ପରବର୍ତ୍ତୀ ଶୁଣାଣି ପୂର୍ବରୁ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଫେବୃଆରୀ ୭ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି।

ମାମଲାର ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୋଲିସ ଏକ ଇଣ୍ଡିଗୋ କାରରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଚଢ଼ାଉ କରିଥିଲେ। ଏହି ଘଟଣାରେ ୨୦୧୯ ଏପ୍ରିଲ ୨୫ ତାରିଖରେ ଫିରିଙ୍ଗିଆ ପୋଲିସ OR02 BZ 2386 ନମ୍ବର ବିଶିଷ୍ଟ ଗାଡିକୁ ଜବତ କରିଥିଲା। ଗାଡି ମାଲିକ ଜିତେନ୍ଦ୍ର ଦିଗଲ ନିଜ ଗାଡି ରିଲିଜ କରିବାକୁ ଫୁଲବାଣୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇ ନିରାଶ ହୋଇଥିଲେ। ଏହାପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜଷ୍ଟିସ ପାଣିଗ୍ରାହୀଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଫୁଲବାଣୀ ସିଭିଲ କୋର୍ଟ ରେଜିଷ୍ଟ୍ରାରଙ୍କ ନିକଟରେ ୫୦ ହଜାର ଟଙ୍କା ଜମା ଦେଇ ଗାଡି ରିଲିଜ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହା ସହିତ ଗାଡି ମାଲିକ ଗାଡିର ରଙ୍ଗ ପରିବର୍ତ୍ତନ କରିବେ ନାହିଁ ବୋଲି ସର୍ତ୍ତ ରଖିବା ସହିତ ଯେତେବେଳେ ଆବଶ୍ୟକ କୋର୍ଟରେ ଗାଡି ହାଜର କରାଇବେ ବୋଲି ସର୍ତ୍ତ ରଖିଛନ୍ତି। ଏହା ସହିତ ଗାଡ଼ିକୁ କୌଣସି ଅନୈତିକ କାର୍ଯ୍ୟରେ ବ୍ୟବହୃତ କରିବେ ନାହିଁ ବୋଲି ସର୍ତ୍ତ ରଖିଛନ୍ତି। ଯଦି ସର୍ତ୍ତ ଖିଲାପ କରନ୍ତି ତେବେ ଗାଡି ପୋଲିସ ପୁଣି ଜବତ କରିବା ସହିତ ଜମା ଟଙ୍କା ଫେରସ୍ତ କରାଯିବ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି। ରାଜ୍ୟର ବିଭିନ୍ନ ଥାନା, ଅବକାରୀ ବିଭାଗ ଓ ବନ ବିଭାଗରେ ଶହଶହ ବାଇକ, କାର ଓ ବଡବଡ ଗାଡି ମାସେ କି ଦୁଇ ମାସ ନୁହେଁ ବରଂ ବର୍ଷବର୍ଷ ଧରି ଗାଡ଼ିଗୁଡ଼ିକ ପଡିରହୁଛି।

ଖରା, ବର୍ଷା, ଶୀତ କାକରରେ ପଡି ଗାଡିର ଅବସ୍ଥା ପୂରା ବେହାଲ ହୋଇ ଯାଉଛି। ଯେଉଁଥି ପାଇଁ ଥାନା, ଅବକାରୀ ବିଭାଗ ଓ ବନ ବିଭାଗରେ ପରିସରରେ ଅଯଥାରେ ଜାଗା ନଷ୍ଟ ହେଉଛି । ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେଲେ ଥାନା, ଅବକାରୀ ବିଭାଗ ଓ ବନ ବିଭାଗରେ ପରିସରରେ ବର୍ଷ ବର୍ଷ ଧରି ପଡି ରହୁଥିବା ଗାଡି ଓ ସେ ନେଇ ଉପୁଜିଥିବା ସମସ୍ୟାର ସମାଧାନ ହେବ ବୋଲି ଆଶା କରାଯାଉଛି।

Niharanjan

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago