ଅର୍ଥତତ୍ତ୍ୱ ଚିଟଫଣ୍ଡ ଠକେଇ ମାମଲା: ପ୍ରଦୀପ ସେଠୀଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ୍

କଟକ(କେନ୍ୟୁଜ୍): ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲାରେ ଏଟି ମୁଖ୍ୟ ପ୍ରଦୀପ ସେଠୀଙ୍କୁ ହାଇକୋର୍ଟରୁ ଜାମିନ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାମଲାରେ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଓଡିଶା ହାଇକୋର୍ଟ। ପ୍ରଦୀପ ସେଠୀ ୨୦୧୩ ମେ ୧୩ ରେ ଚିଟଫଣ୍ଡ ଠକେଇ ଅଭିଯୋଗରେ ଜେଲ ଯାଇଥିଲେ। ସେବେଠାରୁ ସେ ଝାରପଡ଼ା ଜେଲ ଓ ଏବେ ବ୍ରହ୍ମପୁର ଜେଲରେ ଅଛନ୍ତି। ସେ ଦୀର୍ଘ ୮ ବର୍ଷ ୬ ମାସ ଜେଲରେ ରହି ଥିବାରୁ ତାଙ୍କୁ ଓଡିଶା ହାଇକୋର୍ଟ ଏହି ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମେତ ଓଡିଶା ପୋଲିସର ଛତ୍ରପୁର ଓ ବାଲେଶ୍ୱରରେ ରୁଜୁ ମାମଲାରେ ମଧ୍ୟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ପୂର୍ବରୁ ନୟାଗଡ଼ ଓ ଖୋର୍ଦ୍ଧାରେ ରୁଜୁ ମାମଲାରେ ତଳକୋର୍ଟରେ ଜାମିନ ମଞ୍ଜୁର ହୋଇଥିଲା। କିନ୍ତୁ ପ୍ରଦୀପ ସେଠି ଜେଲରୁ ମୁକୁଳିବା ସମ୍ଭବ ନୁହେଁ। କାରଣ ଅର୍ଥତତ୍ୱ ମାମଲାରେ ପ୍ରଦୀପ ସେଠୀଙ୍କର ଅନ୍ୟ ୪ ଟି ମାମଲାରେ ସେ ଅଦ୍ୟାବଧି ଜାମିନ ପାଇ ପାରି ନାହାନ୍ତି। ସେ ଦୀର୍ଘ ଦିନ ଧରି ଜେଲରେ ରହୁଥିବାରୁ ହାଇକୋର୍ଟ ତାଙ୍କୁ ଏହି ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିବା ତାଙ୍କ ଓକିଲ ଚନ୍ଦନା ମିଶ୍ର କହିଛନ୍ତି।

ପୂର୍ବରୁ ଝାରପଡା ଜେଲରେ ପ୍ରଦୀପ ସେଠୀଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ବାଥରୁମ୍ କବାଟ ବନ୍ଦ କରି ଇନଭର୍ଟର ତାରରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ପ୍ରଦୀପ । ତେବେ ଏକଥା ଜଣାପଡାଯିବା ପରେ କବାଟ ଭାଙ୍ଗି ତାଙ୍କୁ ସେଠାରୁ ଉଦ୍ଧାର କରାଯାଇଥିଲା।

ସୂଚନା ଅନୁଯାୟୀ, ଜେଲର ଜଣେ କର୍ମଚାରୀଙ୍କ ସହ ପ୍ରଦୀପଙ୍କର ଝଗଡା ହୋଇଥିଲା। ପରେ ସେ ଏକ ତାର ଜରିଆରେ ବାଥରୁମରେ ଆତ୍ମହତ୍ୟା ପାଇ ଉଦ୍ୟମ କରିଥିଲେ । ଖବର ପାଇ ଜେଲ କର୍ତ୍ତୃପକ୍ଷ ଉଦ୍ଧାର କରିବା ସହ ଜେଲ ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସା ପରେ ପ୍ରଦୀପ ମାନସିକ ଭାବେ ବିକୃତ ଥିବା ଜଣାପଡିଛି । ତେଣୁ ତାଙ୍କୁ କଟକ ବଦମେଡିକାଲକୁ ପଠାଇ ଦିଆଯାଇଥିଲା। ମେଡ଼ିକାଲର ସାଇକଟିଷ୍ଟ ବିଭାଗର ୬ ନମ୍ବର ଓ୍ୱାର୍ଡରେ ରଖାଯାଇଛି । ପୂର୍ବରୁ ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରିଥିଲେ ପ୍ରଦୀପ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.