ଓଡିଶା ମେଡିକାଲ ସର୍ଭିସ ଆସୋସିଏସନ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ

କଟକ(କେନ୍ୟୁଜ୍): ଓଡିଶା ମେଡିକାଲ ସର୍ଭିସ ଆସୋସିଏସନ ବା ଓମସାର ନିର୍ବାଚନ ସମ୍ପର୍କିତ ବିଜ୍ଞପ୍ତିକୁ ରଦ୍ଦ କରିବା ସହ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ଓଡ଼ିଶା ହାଇକୋର୍ଟ । ପବିତ୍ର ମୋହନ ମଲ୍ଲିକଙ୍କ ପକ୍ଷରୁ ଆଗତ ଆବେଦନର ରାୟ ପ୍ରକାଶ କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଓମସାର ପ୍ରତି ଦୁଇ ବର୍ଷରେ ଥରେ ନିର୍ବାଚନ ହୋଇଥାଏ ।

ଗତବର୍ଷ ମାର୍ଚ୍ଚ ମାସରୁ ନିର୍ବାଚିତ କମିଟିର କାର୍ଯ୍ୟକାଳ ଶେଷ ହୋଇଥିଲେ ମଧ୍ୟ ବିଭିନ୍ନ କାରଣରୁ ନିର୍ବାଚନ ହୋଇନାହିଁ । ଇତିମଧ୍ୟରେ ଆପଲେଟ ଅଥରିଟି ପକ୍ଷରୁ ଏକ ନିର୍ବାଚନ କମିଟି ଗଠନ କରାଯାଇଛି । ଏହି କମିଟି ନିର୍ବାଚନ ସମ୍ପର୍କରେ ଗତ ଫେବୃଆରୀ ୧ତାରିଖରେ ବିଜ୍ଞପ୍ତି ଜାରି କରିଥିଲା । ତେବେ ଓମସା ଆଇନ ଅନୁଯାୟୀ ଆପଲେଟ କମିଟି କିମ୍ବା ତା ଦ୍ୱାରା ନିଯୁକ୍ତ ନିର୍ବାଚନ କମିଟି ନିର୍ବାଚନ ପ୍ରସଙ୍ଗରେ ନିଷ୍ପତ୍ତି ନେଇପାରିବନାହିଁ ଦର୍ଶାଇ ଏହି ମାମଲା ଦାୟର ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.