ବସ୍‌ ଟର୍ମିନାଲ କେସରେ ହାଇକୋର୍ଟଙ୍କ ଶୁଣାଣି, ଶ୍ମଶାନ କାଳୀମନ୍ଦିର ସମ୍ପତ୍ତି ଉପରେ ଜାରି କଲେ ସ୍ଥିତାବସ୍ଥା

କଟକ(କେ ନ୍ୟୁଜ):  କଟକ ନେତାଜୀ ବସ୍‌ ଟର୍ମିନାଲ ନିର୍ମାଣ ପ୍ରସଙ୍ଗ । ବସ୍‌ ଟର୍ମିନାଲ ପାଇଁ ଚିହ୍ନଟ ସ୍ଥାନ ମଧ୍ୟରେ ଆସୁଥିବା ଶ୍ମଶାନ କାଳୀମନ୍ଦିର ସମ୍ପତ୍ତି ଉପରେ ସ୍ଥିତାବସ୍ଥା ଜାରି କଲେ ହାଇକୋର୍ଟ । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଇପାରିବେ ନାହିଁ । ରାଜ୍ୟ ସରକାର, ଆରଡିସି, ଏଣ୍ଡୋମେଣ୍ଟ କମିଶନର ଓ ସଦର ତହସିଲଦାରଙ୍କୁ ନୋଟିସ୍‌ ଜାରି କରାଯାଇଛି ।

ଶ୍ମଶାନକାଳୀଙ୍କ ସମ୍ପତ୍ତି ସୁରକ୍ଷା କରିବାକୁ ହାଇକୋର୍ଟରେ ମାମଲା ଦାୟର ହୋଇଥିଲା । ବାଦାମବାଡ଼ିର ରଞ୍ଜନ ସାହୁଙ୍କ ପକ୍ଷରୁ ମାମଲା ରୁଜୁ ହୋଇଥିଲା । କଟକ ଖାନନଗରରେ ପ୍ରସ୍ତାବିତ ନେତାଜୀ ବସ ଟର୍ମିନାଲର ଶିଳାନ୍ୟାସ କରାଯାଇଛି । ପ୍ରସ୍ତାବିତ ୧୨ ଏକର ଜମିରେ ଅତ୍ୟାଧୁନିକ ବସ ଟର୍ମିନାଲ ହେବ ବୋଲି ଜଣାଯାଇଛି । ଏକାସଙ୍ଗେ ୧୮୦ ବସ୍‌ ଓ ୨୭୫ କାର୍‌ ରହଣି ସ୍ଥାନ ରହିବ ।

Leave A Reply

Your email address will not be published.