କେନ୍ୟୁଜ୍ : ଓଡ଼ିଶା ହାଇକୋର୍ଟରେ ଅର୍ଦ୍ଧ ସାମରିକ ବଳ ମୁତୟନ ପ୍ରସଙ୍ଗରେ ଆଜି ଚୂଡ଼ାନ୍ତ ନିଷ୍ପତ୍ତି ଶୁଣାଇବେ ସୁପ୍ରିମକୋର୍ଟ । ହାଇକୋର୍ଟରେ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ନେଇ ଗତ ମଙ୍ଗଳବାର ସୁପ୍ରିମ କୋର୍ଟ କହିଥିଲେ ବିଚାର ବ୍ୟବସ୍ଥାକୁ ଅଚଳ କରାଯିବା ଉଦ୍ୟମକୁ କୌଣସି ପରିସ୍ଥିତିରେ ଗ୍ରହଣ କରାଯିବ ନାହିଁ । ଯଦି ଆନ୍ଦୋଳନକୁ ରାଜ୍ୟ ପୋଲିସ ସମାଧାନ କରିପାରୁନି ତେବେ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳ ବ୍ୟବହାର କରିବାକୁ କହିଥିଲେ । ଟେମ୍ପଲ ଅଫ ଜଷ୍ଟିସକୁ କୌଣସି ପରିସ୍ଥିତିରେ ବନ୍ଦ କରାଯାଇପାରିବନି ବୋଲି କଡା ଭାଷାରେ ଚେତାବନୀ ଦେଇଥିଲେ । ଏନେଇ କେନ୍ଦ୍ର ସରକାରଙ୍କୁ ନୋଟିସ କରିଥିଲେ ସୁପ୍ରିମକୋର୍ଟ । ମାମଲାର ପରବର୍ତ୍ତୀ ଶୁଣାଣି ଆଜି ହେବ ।
ଅନ୍ୟପଟେ ଓଡ଼ିଶା ହାଇକୋର୍ଟରେ ଅର୍ଦ୍ଧ ସାମରିକ ବଳ ନିୟୋଜନ ନେଇ ସୁପ୍ରିମକୋର୍ଟଙ୍କ ଟିପ୍ପଣୀକୁ ନାପସନ୍ଦ କରିଛିି ହାଇକୋର୍ଟ ଓକିଲ ସଂଘ। ଏନେଇ ହାଇକୋର୍ଟ ବାର୍ ଆସୋସିଏସନ୍ର ଆକ୍ସନ ଟେକେନ୍ କମିଟି ବୈଠକରେ ଆଇନଜୀବୀ ଶିବ ଶଙ୍କର ମିଶ୍ରଙ୍କ ତଥ୍ୟକୁ ନେଇ ଉଦବେଗ ପ୍ରକାଶ ପାଇଛି । ସୁପ୍ରିମକୋଟରେ ଶିବଶଙ୍କର କାହିଁକି ମିଛ ତଥ୍ୟ ଦେଇଛନ୍ତି, ସେଥିପାଇଁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବ । ସଠିକ ଉତ୍ତର ନଦେଇପାରିଲେ ନିଲମ୍ବନ କରାଯିବା ସହ ସରକାରୀ ପ୍ୟାନେଲରୁ ବାହାର କରିବାକୁ ଚିଠି ଲେଖାଯିବ । ଏହାସହ ହାଇକୋର୍ଟ ବାର ଆସୋସିଏସନ ପକ୍ଷଭୁକ୍ତ ହେବ ନାହିଁ ବୋଲି କହିଛି ସଂଘ ।