ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ: ଆସନ୍ତାକାଲି ମାମଲାର ଶୁଣାଣି କରିବେ ହାଇକୋର୍ଟ

ପୁରୀ : ଆସନ୍ତା କାଲି ରାଜ୍ୟ କ୍ୟାବିନେଟରେ ଉପସ୍ଥାପିତ ହୋଇପାରେ ଜଷ୍ଟିସ ରଘୁବୀର ଦାସ କମିଶନଙ୍କ ରିପୋର୍ଟ । କାଲି ରାଜ୍ୟ କ୍ୟାବିନେଟ ବୈଠକ ଥିବା ବେଳେ ଜଷ୍ଟିସ ରଘୁବୀର ଦାସ କମିଶନଙ୍କ ରିପୋର୍ଟ ଖୁବଶୀଘ୍ର ରାଜ୍ୟ କ୍ୟାବିନେଟରେ ଉପସ୍ଥାପିତ ହେବ ବୋଲି ଜୁନ ୧୯ରେ ହାଇକୋର୍ଟଙ୍କୁ ଅବଗତ କରାଇଥିଲେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ।
ଅନ୍ୟ ପଟେ ଆସନ୍ତା କାଲି ହାଇକୋର୍ଟରେ ଏହି ମାମଲାର ଶୁଣାଣି ହେବାର ରହିଛି । ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ନେଇ ଦାୟର ହୋଇଥିବା ମାମଲାର ହାଇକୋର୍ଟ ପୁନଶ୍ଚ ଶୁଣାଣି କରିବେ । ଜଷ୍ଟିସ ରଘୁବୀର ଦାସ କମିଶନ ରିପୋର୍ଟକୁ ସାର୍ଵଜନୀନ କରିବା ନେଇ ଏହି ମାମଲା ରୁଜ୍ଜୁ ହୋଇଛି । ୨୦୧୮ ନଭେମ୍ବର ମାସରେ ରଘୁବୀର ଦାସ କମିଶନ ରାଜ୍ୟ ସରକାରଙ୍କ ନିକଟରେ ୩୨୪ ପୃଷ୍ଠାର ଚାବି ହଜିବା ତଦନ୍ତ ରିପୋର୍ଟ ଦାଖଲ କରିଥିଲେ। କିନ୍ତୁ ଏହି ରିପୋର୍ଟ ସାର୍ଵଜନୀନ ହୋଇ ନଥିବାରୁ ପୁରୀର ଦିଲ୍ଲୀପ କୁମାର ବରାଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।