ବର୍ଷା-ଅନୁଭବଙ୍କ ତୀବ୍ର ବିବାଦ ଭିତରେ ସମ୍ଭାବନାର ଆଲୋକ, ଉଭୟଙ୍କୁ ଭେଟିଲେ ମାନବିକ ଅଧିକାର କର୍ମୀ

କେନ୍ୟୁଜ୍(ବ୍ୟୁରୋ):  ଅନୁଭବ ଓ ବର୍ଷାଙ୍କ ମନମାଳିନ୍ୟକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା। ଉଭୟଙ୍କ ଦାମ୍ପତ୍ୟ ଜୀବନ ଏବେ ଅଧିକ ବିବାଦୀୟ ହୋଇପଡ଼ୁଛି। ପରସ୍ପରଙ୍କୁ ଆରୋପ ପ୍ରତ୍ୟାରୋପ କରି ସୋସିଆଲ  ମିଡିଆରେ ପୋଷ୍ଟ କରିଚାଲିଛନ୍ତି। ଏହାରି ଭିତରେ ଉଭୟ ଅନୁଭବ  ଓ ବର୍ଷାଙ୍କୁ  ଭେଟିଛନ୍ତି କିଛି ମାନବିକ ଅଧିକାର କର୍ମୀ। ଆଜି ରାଜ୍ୟ ମହିଳା ସଭାପତି ଗୀତାଶ୍ରୀ ଦାସଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍‌ ଯାଇ ଆଲୋଚନା କରିଥିଲେ । ଆଲୋଚନା ସକାରାତ୍ମକ ରହିଛି। ବର୍ଷା ଶାଶୂ ଘରର କାହା ବିରୋଧରେ କୌଣସି ଅଭିଯୋଗ କରିନାହାନ୍ତି । କେବଳ ଅନୁଭବଙ୍କ ବିରୋଧରେ କିଛି କହିଛନ୍ତି ।

anubhab varsha

ଅନୁଭବ ଓ ବର୍ଷାଙ୍କୁ ଭେଟିବା ପରେ ଅଧ୍ୟକ୍ଷା ଶ୍ରୀମତୀ ଦାସ କରିଛନ୍ତି, ଜଣେ ନାରୀର ଘର କଥା ଘରେ ରହିବା ଦରକାର। ତାହା ଏମିତି ପ୍ରଚାରିତ ହେବା ଉଚିତ ନୁହେଁ। ଆମେ କେବଳ ବର୍ଷା ନୁହେଁ, ସମଗ୍ର ନରୀଜାତିର ସମ୍ମାନ ରକ୍ଷା ଲାଗି ଉଦ୍ୟମ କରୁଛୁ।

ବର୍ଷା ଅନୁଭବଙ୍କ ଲଢେଇ କୋର୍ଟ ଯାଏ ପହଞ୍ଚି ଯାଇଛି। ଏହାସହ ସର୍ବସାଧାରଣକୁ ଆସି ଯାଇଛି ଉଭୟଙ୍କ ବ୍ୟକ୍ତିଗତ କଥା। ବର୍ଷାଙ୍କ ଅଭିଯୋଗ ଘରୋଇ ହିଂସା। ଅନୁଭବ କହୁଛନ୍ତି ସମ୍ପର୍କ ରଖୁନାହାନ୍ତି ବର୍ଷା। ଅନୁଭବଙ୍କ ପରକୀୟା ପ୍ରୀତି କଥା କହୁଛନ୍ତି ବର୍ଷା, ଅନୁଭବ କହୁଛନ୍ତି ସେ ୱାନ ୱିମେନ୍‌ ମ୍ୟାନ୍‌। ବର୍ଷା କହୁଛନ୍ତି ମୁଁ ଛାଡପତ୍ର ଚାହେଁ ନାହିଁ। ଅନୁଭବ କହୁଛନ୍ତି ମୋତେ ଛାଡି ଖୁସିରେ ରୁହ। ଦୁଇ ସେଲିବ୍ରିଟିଙ୍କ ଏପରି ମତ, ଗଣମାଧ୍ୟମ ଆଗକୁ ଆସିବ ଅନେକଙ୍କୁ ବ୍ୟଥିତ କରିଛି।

ସିନେମାରେ ଉଭୟ ଏକାଠି କାମ କରି ହିଟ୍‌ ଯୋଡ଼ି ସାବ୍ୟସ୍ତ ହୋଇଛନ୍ତି। ସମସ୍ତେ ଭାବୁ ଥିଲେ, ଉଭୟଙ୍କ ଦାମ୍ପତ୍ୟ ଜୀବନ ବି ହିଟ୍‌ ଥିବ। କିନ୍ତୁ ତିକ୍ତତା ସମାନକୁ ଆସିବା ପରେ, ଉଭୟଙ୍କ ଫ୍ୟାନଙ୍କୁ ନିରାଶ କରିଛି। ଏବେ ମିଳାମିଶା ପାଇଁ ହେଉଥିବା ଉଦ୍ୟମ ସଫଳ ହେବ କି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.