୧୮ରୁ ରାଜ୍ୟରେ ବଢିବ ଶୀତର ପ୍ରକୋପ, ୨ରୁ ୩ ଡିଗ୍ରୀ ସେଲ୍‌ସିୟସ୍‌ ପର୍ଯ୍ୟନ୍ତ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ବର: ରାଜ୍ୟରେ ଖସୁଛି ପାରଦ, ବଢୁଛି ଶୀତ। ୧୮ରୁ ବଢିବ ଶୀତର ପ୍ରକୋପ। ୨ରୁ ୩ ଡିଗ୍ରୀ ସେଲ୍‌ସିୟସ୍‌ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ । ରାଜ୍ୟରେ ବିଭିନ୍ନ ସ୍ଥାନରେ ତାପମାତ୍ରା କମିବା ଯୋଗୁ ଥଣ୍ଡା ଅନୁଭୂତ ହେବ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

୫ଟି ସହରର ତାପମାତ୍ରା ୧୫ଡିଗ୍ରୀ ତଳେ ରେକର୍ଡ କରାଯାଇଥିଲା। ଏବେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇଥିବାରୁ ଥଣ୍ଡା କମିଛି । ଆଭ୍ୟନ୍ତରୀଣ ଓ କେନ୍ଦ୍ରୀୟ ଓଡ଼ିଶାରେ ୧୬ ତାରିଖରେ ସର୍ବନିମ୍ନ ତାପମାତ୍ରା କ୍ରମଶଃ ୩ ଡିଗ୍ରୀ ବଢି ୧୮ ତାରିଖ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.