ମୁମ୍ବାଇରେ ଓଡ଼ିଶା ନିବେଶକ ସମ୍ମିଳନୀ; ୨୫ ହଜାର କୋଟି ଟଙ୍କାର ନିବେଶ କରିବାକୁ ଘୋଷଣା କଲା ବେଦାନ୍ତ

ଭୁବନେଶ୍ୱର (କେନ୍ୟୁଜେ): ଓଡ଼ିଶାରେ ଆଉ ୨୫ ହଜାର କୋଟି ଟଙ୍କାର ନିବେଶ କରିବ ବେଦାନ୍ତ । ଆଲୁମିନିୟମ ଫେରୋକ୍ରୋମ ଓ ମାଇନିଂ କ୍ଷେତ୍ରରେ ଏହି ପୁଞ୍ଜିନିବେଶ କରିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁମ୍ବାଇ ଗସ୍ତ ସମୟରେ ଏହି ଘୋଷଣା କରିଛି ବେଦାନ୍ତ । ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ରେ ଏହି ଘୋଷଣା କରିଛି ବେଦାନ୍ତ । ଗତକାଲି ବେଦାନ୍ତ ଗ୍ରୁପର ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ।

ଓଡ଼ିଶା ବହୁ ବର୍ଷ ହେଲା ନିବେଶ କରି ଆସୁଛି ବେଦାନ୍ତ। ଲାଞ୍ଜିଗଡ଼ରେ ଆଲୁମିନା ଓ ଝାରସୁଗୁଡ଼ାରେ ଆଲୁମିନିୟମ ପ୍ରକଳ୍ପ ରହିଛି। ବିଶ୍ୱରେ ଆଲୁମିନିୟ ଉତ୍ପାଦନରେ ବେଦାନ୍ତ ଗ୍ରୁପ ଚତୁର୍ଥ ସ୍ଥାନରେ ରହିଛି। ୨ ଲକ୍ଷ କୋଟି ଟଙ୍କାର ଏହି କଂପାନୀ, ବିଭିନ୍ନ କ୍ଷେତ୍ରରେ ନିବେଶ କରୁଛି। ଖଣିଜ ପଦାର୍ଥ ବାଦ୍‌ ଅନ୍ୟ କ୍ଷେତ୍ରରେ କଂପାନୀ ନିବେଶ କରିବାକୁ ଆଗ୍ରହୀ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.