ବଙ୍ଗୋପସାଗର ପଟୁ ରହିଛି ଓଡ଼ିଶାକୁ ଆକ୍ରମଣ ଆଶଙ୍କା, ରାଜ୍ୟବାସୀଙ୍କୁ ଭୟଭୀତ ନହେବା ପାଇଁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ବଙ୍ଗୋପସାଗର ପଟୁ ରହିଛି ଓଡ଼ିଶାକୁ ଆକ୍ରମଣ ଆଶଙ୍କା । ତେବେ ରାଜ୍ୟବାସୀଙ୍କୁ ଭୟଭୀତ ନହେବା ପାଇଁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟରେ ଥିବା କେନ୍ଦ୍ରୀୟ ସଂସ୍ଥାର ସୁରକ୍ଷା ବଢ଼ାଯାଇଛି । ଚାନ୍ଦିପୁର, ଶ୍ରୀମନ୍ଦିର, ଚିଲିକା INSରେ ସୁରକ୍ଷା ବଢିଛି । ବଙ୍ଗୋପସାଗର ପଟରୁ ଆକ୍ରମଣ ଆଶଙ୍କା ରହିଛି । ଆମେ ସେଥିପାଇଁ ସଜାଗ ରହିଛୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ନୂଆଦିଲ୍ଲୀରେ ଆବାସିକ କମିଶନରଙ୍କ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ ହେଲ୍ପ ଡେସ୍କ ଖୋଲା ଯାଇଛି । ଜମ୍ମୁରେ ପଢ଼ୁଥିବା ଓଡ଼ିଆ ଛାତ୍ର ଛାତ୍ରୀଙ୍କୁ ଦିଲ୍ଲୀ ଅଣାଯାଉଛି। ଭୟଭୀତ ହେବାର କୌଣସି ପ୍ରଶ୍ନ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।