ରାଜ୍ୟରେ ପଶ୍ଚିମା ଝଡ଼ ପ୍ରଭାବ ଜାରି, ଆଜି ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ସମ୍ଭାବନା

ଆଜିଠାରୁ ରାଜ୍ୟରେ କମିବ ବର୍ଷା ପ୍ରକୋପ । ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଆଜି ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଆଜିପରେ ଦିନ ତାପମାତ୍ରାରେ ୨-୩ ଡିଗ୍ରୀ ବୃଦ୍ଧି ହୋଇପାରେ ।

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ପ୍ରକୋପ ଦେଖାଉଛି ପଶ୍ଚିମା ଝଡ଼ । ସାରା ରାଜ୍ୟରେ ଝଡ଼ ତୋଫାନ ସହ ବର୍ଷା ଚାଲିଛି । ଆଜି ବି ଆକାଶ ମେଘାଚ୍ଛନ୍ନ ରହିଛି । ଉପକୂଳରୁ ଦକ୍ଷିଣ, ପୁଣି ଆଭ୍ୟନ୍ତରରୁ ପଶ୍ଚିମ ଓଡ଼ିଶା । ସବୁଠି ଅନିଦିନିଆ ମେଘରେ ପ୍ରଭାବ ଦେଖିବାକୁ ମିଳିଛି ।

ଆଜିଠାରୁ ରାଜ୍ୟରେ କମିବ ବର୍ଷା ପ୍ରକୋପ । ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଆଜି ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଆଜିପରେ ଦିନ ତାପମାତ୍ରାରେ ୨-୩ ଡିଗ୍ରୀ ବୃଦ୍ଧି ହୋଇପାରେ । ପଶ୍ଚିମା ଝଡ଼ ପ୍ରଭାବରେ ଗତ କିଛି ଦିନ ହେବ ଝଡ଼ ବର୍ଷା ହୋଇଛି । ନିର୍ମଳ ଆକାଶରେ ଅଚାନକ ଘୋଟି ଆସୁଛି କଳାହାଣ୍ଡିଆ ମେଘ । ତାପରେ ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ବର୍ଷା ପବନ ହେଉଛି । ଆକାଶରୁ ବର୍ଷୁଛି କୁଆପଥର । ଅନ୍ୟପଟେ ୨୩ ତାରିଖ ବେଳକୁ ଆଉ ଗୋଟିଏ ପଶ୍ଚିମା ଝଡ଼ ଆସିପାରେ । ଉତ୍ତର-ପଶ୍ଚିମ ଭାଗକୁ ଏକ ପଶ୍ଚିମା ଝଡ଼ ପ୍ରଭାବିତ କରିବା ସମ୍ଭାବନା ରହିଛି । ଏନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଫଳରେ ୨୩ ତାରିଖ ପରେ ପୁଣି ଥରେ ପ୍ରଭାବ ଦେଖାଇପାରେ ପଶ୍ଚିମା ଝଡ଼ ।

Leave A Reply

Your email address will not be published.