ଭୁବନେଶ୍ବର : ଓଡ଼ିଶା ଦେଶର ଖଣି ରାଜଧାନୀ । ରାଜ୍ୟରେ ଠିକ୍ ଠାକ୍ ଚାଲିଛି ଖଣି ଉତ୍ପାଦନ । ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଖଣି ସଚିବ ଅନୀଲ ମୁକିମ । ଚଳିତବର୍ଷ ୧୭ରୁ ୧୮ଟି ଖଣି ନିଲାମ ପାଇଁ ଲକ୍ଷ୍ୟ ଧାର୍ୟ୍ୟ କରାଯାଇଛି । ଡିଷ୍ଟ୍ରିକ୍ଟ ମିନେଲାଲ୍ ଫାଉଣ୍ଡେସନ୍ ବା ଡିଏମଏଫ୍ରେ ଭଲ କାମ ହେଉଥିବା କେନ୍ଦ୍ର ଖଣି ସଚିବ କହିଛନ୍ତି । ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ରାଜ୍ୟରେ ଖଣି ସଂପର୍କରେ ଆଲୋଚନା କରିଥିଲେ କେନ୍ଦ୍ର ଖଣି ସଚିବ । ଆଲୋଚନା ସକାରତ୍ମକ ହୋଇଥିବା ଅନୀଲ ମୁକିମ୍ କହିଛନ୍ତି ।