ପ୍ରବଳ ଜାଡ଼ରେ ଥରୁଛି ଓଡ଼ିଶା, ୮ଟି ସହରରେ ୧୦ ଡିଗ୍ରୀ ତଳକୁ ଖସିଲା ପାରଦ
ଭୁବନେଶ୍ୱର : ଥରୁଛି ଓଡ଼ିଶା, ଆହୁରି ଥରିବ । ପ୍ରବଳ ଜାଡ଼ରେ ଜନଜୀବନ ଅସ୍ତବ୍ୟସ୍ତ । ବର୍ଷା ପ୍ରଭାବ କମିବା ପରେ ବଢ଼ିଛି ଶୀତର ପ୍ରକୋପ । ଏକ ସପ୍ତାହ ପର୍ଯ୍ୟନ୍ତ ପ୍ରବଳ ଥଣ୍ଡା ଅନୁଭୂତ ହେବ । ୮ଟି ପ୍ରମୁଖ ସହରରେ ୧୦ ଡିଗ୍ରୀ ତଳକୁ ଖସିଛି ପାରଦ । ୪.୮ ଡିଗ୍ରୀ ସହ ଜି. ଉଦୟଗିରି ସବୁଠୁ ଥଣ୍ଡା ସହର ପାଲଟିଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତର ପ୍ରକୋପ ଅଧିକ ରହିବ।
ସକାଳେ ଭୀଷଣ ଥଣ୍ଡା ଅନୁଭୂତ ହେଉଛି । ଲୋକେ ନିଆଁ ପାଖରୁ ଉଠୁ ନାହାନ୍ତି । ଶୀତ ସାଙ୍ଗକୁ ଘନ କୁହୁଡ଼ି ଅସ୍ତବ୍ୟସ୍ତ କରିବ। ଆଜି ଘନ କୁହୁଡ଼ି ପାଇଁ କନ୍ଧମାଳ, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିଭଳି ଆସନ୍ତାକାଲି ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼ ଓ ଯାଜପୁର ଜିଲ୍ଲାରେ କୁହୁଡ଼ି ହେବ।