ହାଡ଼ଭଙ୍ଗା ଶୀତରେ ଥରୁଛି ରାଜ୍ୟ: ୧୦ ଡିଗ୍ରି ସେଲସିୟସ ତଳେ ରହିଛି ୧୨ଟି ସହରର ତାପମାତ୍ରା

ଭୁବନେଶ୍ବର: ହାଡ଼ଭଙ୍ଗା ଶୀତରେ ଥରୁଛି ରାଜ୍ୟ। ୧୦ ଡିଗ୍ରି ସେଲସିୟସ ତଳେ ରହିଛି ୧୨ଟି ସହରର ତାପମାତ୍ରା। ପ୍ରବଳ ଥଣ୍ଡାରେ ଅସ୍ତବ୍ୟସ୍ତ ଜନଜୀବନ। ରାଜ୍ୟରେ ଅସହ୍ୟ ଶୀତ ଲହରି ପ୍ରଭାବରେ ପ୍ରବଳ ଶୀତ ଅନୁଭୂତ ହେଉଛି।

ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ରେକର୍ଡ କରାଯାଇଛି। କୁହୁଡ଼ି ଫଳରେ ଯାନବାହନ ଚଳାଚଳରେ ବାଧା ଉପୁଜୁଥିବା ଦେଖା ଯାଇଛି। ଆଗାମୀ ୫ଦିନ ଯାଏ ଏଭଳି ସ୍ଥିତି ରହିବ ବୋଲି କହିଛି ପାଣିପାଗ ବିଭାଗ। ଶୀତ ଲହରୀ ପାଇଁ ୧୧ଟି ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ।

You might also like