ଆଇସୋଲେସନ୍ରେ ଥିବା ଆକ୍ରାନ୍ତଙ୍କୁ ଫାଭିପିରାଭିର୍ ଦେବା ନେଇ ଜାରି ହେଲା SOP

ଭୁବନେଶ୍ୱର (କେନ୍ୟୁଜ୍): ହୋମ୍ ଆଇସୋଲେସନ୍ରେ ଥିବା ଆକ୍ରାନ୍ତଙ୍କୁ ଫାଭିପିରାଭିର୍ ଦେବା ନେଇ SOP (standard operating procedure) ଜାରି କରିଛନ୍ତି ସରକାର । ଏନେଇ ଜିଲ୍ଲାପାଳ, କମିଶନର, CDMO ମାନଙ୍କୁ SOP ପଠାଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ମହାପାତ୍ର ।
ଆକ୍ରାନ୍ତଙ୍କୁ କିଭଳି ଫାଭିପିରାଭିର୍ ଦିଆଯିବ ସେନେଇ SOPରେ ଉଲ୍ଲେଖ ରହିଛି :
- ହୋମ୍ ଆଇସୋଲେସନ୍ ରହୁଥିବା ଆକ୍ରାନ୍ତ ଯେଉଁମାନେ ଫାଭିପିରାଭିର୍ ଟାବଲେଟ୍ ନେଉଥିବା ସେମାନଙ୍କ ଅନୁଧ୍ୟାନ ପାଇଁ ରାପିଡ୍ ରେସ୍ପନ୍ସ ଟିମ୍-RRTକୁ ସ୍ୱତନ୍ତ୍ର ଭାବେ ଟ୍ରେନିଂ ଦିଆଯାଇଛି ।
- ଡାକ୍ତରଙ୍କ ପରାମର୍ଶ ପରେ ହିଁ ଫାଭିପିରାଭିର ସେବନ କରିବାକୁ କୁହାଯାଇଛି । ଫାଭିପିରାଭିର ଦ୍ୱାରା ୟୁରିକ ଏସିଡ ବୃଦ୍ଧି ହେବା ସହ ଡାଇରିଆ ଲକ୍ଷଣ ଦେଖାଯାଏ ।
- ଯଦି, ଏପରି କିଛି ସମସ୍ୟା ଦେଖା ଯାଏ ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ ନେବା ଜରୁରୀ ବୋଲି ପରାମର୍ଶ ଦିଆଯାଇଛି।
- ଗର୍ଭବତୀ ଓ ଛୋଟ ପିଲାଙ୍କ ଉପରେ ପ୍ରଭାବ ପକାଉଥିବାରୁ ଫାଭିପିରାଭିର୍ ବ୍ୟବହାର କରିବାକୁ ମନା କରାଯାଇଛି ।
- ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ଟାବଲେଟକୁ ନଭାଙ୍ଗି ସମ୍ପୂର୍ଣ୍ଣ ବ୍ୟବହାର କରିବାକୁ ଏସ୍ଓପିରେ କୁହାଯାଇଛି ।