ଆଜିଠୁ ଓଜେଇଇ ପରୀକ୍ଷା : କଡାକଡି ପାଳନ ହେବ କୋଭିଡ କଟକଣା

ଭୁବନେଶ୍ୱର (କେନ୍ୟୁଜ): ଆଜିଠାରୁ ଆରମ୍ଭ ହେଉଛି ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ। ରାଜ୍ୟର ୬୧ଟି ପରୀକ୍ଷା କେନ୍ଦ୍ରରେ ଏଥର ପରୀକ୍ଷା ଦେବେ ୫୮ହଜାର ଛାତ୍ରଛାତ୍ରୀ। ସମ୍ପୂର୍ଣ କମ୍ପ୍ୟୁଟର ବେସଡ୍‌ ମୋଡ଼ରେ ପ୍ରତିଦିନ ୩ଟି ସିଟିଂରେ ପରୀକ୍ଷା ହେବାକୁ ଥିବା ବେଳେ କେବଳ ୭ ତାରିଖରେ ଗୋଟିଏ ସିଟିଂରେ ପରୀକ୍ଷା ହେବ। ପ୍ରଥମ ସିଟିଂ ପରୀକ୍ଷା ସକାଳ ୯ ଟା ରୁ ୧୧ଟା, ୨ୟ ସିଟିଂ ପରୀକ୍ଷା ୧୨ଟା ୩୦ରୁ ୨ଟା ୩୦ ଓ ୩ୟ ସିଟିଂ ପରୀକ୍ଷା ୪ ଟା ରୁ ସନ୍ଧ୍ୟା ୬ ଟା ପଯ୍ୟର୍ନ୍ତ ହେବ ।

ଚଳିତବର୍ଷ ମୋଟ ୫୭ହଜାର୯୧୮ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ୪ରୁ ୮ ତାରିଖ ଯାଏ ଚାଲିବ ପରୀକ୍ଷା। ଅନ୍ୟପଟେ ରାଜ୍ୟରେ କୋଭିଡ ସଂକ୍ରମଣ ବଢି ଚାଲିଥିବାବେଳେ କୋଭିଡ୍‌ ନିୟମ ମାନି ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରାଯାଇଛି। ପରୀକ୍ଷା କେନ୍ଦ୍ରରେ ମାସ୍କ ବାଧ୍ୟତାମୂଳକ କରାଯାଇଥିବାବେଳେ ହ୍ୟାଣ୍ଡ ସାନିଟାଇଜର, ସାମାଜିକ ଦୂରତା ମାନିବା ଓ ପ୍ରବେଶ ସମୟରେ ଥର୍ମାଲ ସ୍କ୍ରିନିଂ ଜରୁରୀ କରିଛି ଓଜେଇଇ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.