ଜାତୀୟ କିଶୋରୀ ପ୍ରତିଯୋଗିତାରେ କନ୍ଧମାଳର ଝିଅ ମେଲିସା, ଭାଗନେବାକୁ ଅର୍ଥ ସାଜିଛି ବାଧକ

କନ୍ଧମାଳ(କେନ୍ୟୁଜ୍‌) : ଜାତୀୟ କିଶୋରୀ ସୈାନ୍ଦର୍ଯ୍ୟ ପ୍ରତିଯୋଗିତାରେ ସ୍ଥାନ ପାଇଛନ୍ତି କନ୍ଧମାଳର ଝିଅ ମେଲିସା । ମେଲିସା କନ୍ଧମାଳ ରାଇକିଆ ବ୍ଲକ ଗୁନ୍ଧାଣୀ ଗ୍ରାମର ଝିଅ । “ମିସ୍‌ ଟିନ୍‌ ଡିଭା” ରେ ସାମିଲ୍‌ ହେବା ପାଇଁ ଗତ ସେପ୍ଟେମ୍ବର ମାସରେ ଅନ୍‌ଲାଇନ୍‌ ମାଧ୍ୟମରେ ପରୀକ୍ଷା ଦେଇଥିଲେ । ଯେଉଁଥିରେ ସେ ସଫଳ ହେବା ନେଇ ଇମେଲ୍‌ ମାଧ୍ୟମରେ ସୂଚନା ମିଳିଛି ।

melisa-1

ଏହି ପ୍ରତିଯୋଗିତାରେ ଭାରତର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୩ ହଜାର ପ୍ରତିଯୋଗୀ ଭାଗ ନେଇଥିବା ବେଳେ ୨୫ ଜଣ ମନୋନୀତ ହୋଇଛନ୍ତି । ଏଥିରେ ମନୋନୀତ ହୋଇଥିବା ଓଡ଼ିଶାରୁ ୨ ଜଣଙ୍କ ଭିତରେ କନ୍ଧମାଳର ମେଲିସା ଓ ଭୁବନେଶ୍ୱରୁ ଜଣେ ଝିଅ ଥିବା ଜଣଯାଇଛି ।

melisa-2

ଏହି ପ୍ରତିଯୋଗିତା ବିଭିନ୍ନ ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ତେଣୁ ଏଥିପାଇଁ ଅର୍ଥର ଆବଶ୍ୟକତା ଥିବାବେଳେ ମେଲିସାଙ୍କ ପାଇଁ ଅର୍ଥ ବାଧକ ସାଜିଛି ବୋଲି ମେଲିସା ପ୍ରକାଶ କରିଛନ୍ତି । ତେଣୁ କୈାଣସି ବଦାନ୍ୟ ବ୍ୟକ୍ତି, ଅନୁଷ୍ଠାନ କିମ୍ବା ସରକାରଙ୍କ ପକ୍ଷରୁ ସାହାଯ୍ୟ କରାଗଲେ ସେ ଏଥିରେ ସାମିଲ୍‌ ହୋଇପାରନ୍ତେ ବୋଲି ପ୍ରକାଶ କରିଛନ୍ତି ।

ଭାରତର ବିଭିନ୍ନ ଇଲାକାରୁ ଆସିଥିବା ପ୍ରତିଯୋଗୀଙ୍କ ମଧ୍ୟରେ ଓଡ଼ିଶାର କନ୍ଧମାଳରୁ ଜଣେ ମନୋନୀତ ହୋଇଥିବାରୁ ଓଡ଼ିଶା ପାଇଁ ଗର୍ବର କଥା ବୋଲି ଗ୍ରାମବାସୀ ଓ ଶୁଭେଚ୍ଛୁମାନେ ପ୍ରକାଶ କରିଛନ୍ତି । ମେଲିସା ବ୍ରହ୍ମପୁର ଖଲ୍ଲିକୋଟ କଲେଜର ବିଏସ୍‌ସି ୩ୟ ବର୍ଷର ଛାତ୍ର ଅଟନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.