ରାଜ୍ୟକୁ ଆସିବ ଶୀତ, ୨୪ ପରେ କମିବ ତାପମାତ୍ରା

ଭୁବନେଶ୍ୱର : ରାଜ୍ୟକୁ ଆସିବ ଶୀତ,୨୪ ପରେ ଥରାଇବ । ରାଜ୍ୟରେ ଏବେ ଶୀତ ଭଲ ଭାବରେ ଅନୁଭୂତ ହୋଇନାହିଁ । ତେବେ ଚଳିତ ୨୪ ତାରିଖ ପରେ ରାଜ୍ୟରେ ଶୀତ ଅନୁଭବ ହେବ । ତାପମାତ୍ରା ସ୍ୱାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ସେଲସିୟସ କମିବ । ଏମିତି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବର୍ତ୍ତମାନ ରାଜ୍ୟର ଅନେକ ସ୍ଥାନରେ ପାଗ ମେଘୁଆ ରହିଛି।

ରାତିର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଘଟିନାହିଁ। ରାତିର ତାପମାତ୍ରା ସ୍ୱାଭାବିକ ତାପମାତ୍ରା ଠାରୁ ଅଧିକାଂଶ ଅଞ୍ଚଳରେ ୩ରୁ ୪ଡିଗ୍ରୀ ସେଲସିୟସ ଅଧିକ ରେକର୍ଡ କରାଯାଇଛି। ଓଡ଼ିଶା ଉପରେ ବର୍ତ୍ତମାନ କୌଣସି ନିର୍ଦ୍ଦିଷ୍ଟ ପାଣିପାଗର ପ୍ରଭାବ ନାହିଁ। କିନ୍ତୁ କେତେକ ଅଞ୍ଚଳରେ ପାଗ କୋହଲା ରହିବା ସହ ଦକ୍ଷିଣ ଓଡ଼ିଶାର କିଛି କିଛି ସ୍ଥାନ ଓ ଉତ୍ତର ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି।

ଆଗାମୀ ୨ରୁ ୩ଦିନ ମଧ୍ୟରେ ଏହି ବର୍ଷାର ପ୍ରଭାବ କମିବ। ୨୪ତାରିଖ ବେଳକୁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ପରବର୍ତ୍ତୀ ସମୟରେ ରାତିର ତାପମାତ୍ରା ସ୍ୱାଭାବିକ ଠାରୁ ୨ରୁ ୪ ଡିଗ୍ରୀ ସେଲସିୟସ କମିବାର ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.