ଓଡ଼ିଶାର ୫ମ ପର୍ଯ୍ୟାୟ ଲୋକସଭା ନିର୍ବାଚନ, ଜାଣନ୍ତୁ କିଏ କେଉଁଠାରେ ହୋଇଛନ୍ତି ପ୍ରାର୍ଥୀ

ମେ’ ୨୦ରେ ଓଡ଼ିଶାରେ ହେବ ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଏହି ପର୍ଯ୍ୟାୟରେ ୫ ଲୋକସଭା ଓ ୩୫ ବିଧାନସଭା ଆସନ ପାଇଁ ପଡ଼ିବ ଭୋଟ। ବଲାଙ୍ଗିର, ବରଗଡ଼, ସୁନ୍ଦରଗଡ଼, କନ୍ଧମାଳ ଓ ଆସିକା ସଂସଦୀୟ କ୍ଷେତ୍ରରେ ଦ୍ବିତୀୟ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ । ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ଭୋଟ ଗ୍ରହଣ ହେବ । ଭୋଟ୍ ଦେଇ ଯୋଗ୍ୟ ପ୍ରାର୍ଥୀ ବାଛିବେ ଜନତା । ସେଥିପାଇଁ ଜନତାଙ୍କୁ ନିଜ ସପକ୍ଷରେ ନେବାକୁ ଅଣ୍ଟା ଭିଡି ଭୋଟ୍ ମାଗୁଛନ୍ତି ନେତା ଓ ପ୍ରାର୍ଥୀ ।

ମେ’ ୨୦ରେ ଓଡ଼ିଶାରେ ହେବ ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଏହି ପର୍ଯ୍ୟାୟରେ ୫ ଲୋକସଭା ଓ ୩୫ ବିଧାନସଭା ଆସନ ପାଇଁ ପଡ଼ିବ ଭୋଟ। ବଲାଙ୍ଗିର, ବରଗଡ଼, ସୁନ୍ଦରଗଡ଼, କନ୍ଧମାଳ ଓ ଆସିକା ସଂସଦୀୟ କ୍ଷେତ୍ରରେ ଦ୍ବିତୀୟ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ । ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ଭୋଟ ଗ୍ରହଣ ହେବ । ଭୋଟ୍ ଦେଇ ଯୋଗ୍ୟ ପ୍ରାର୍ଥୀ ବାଛିବେ ଜନତା । ସେଥିପାଇଁ ଜନତାଙ୍କୁ ନିଜ ସପକ୍ଷରେ ନେବାକୁ ଅଣ୍ଟା ଭିଡି ଭୋଟ୍ ମାଗୁଛନ୍ତି ନେତା ଓ ପ୍ରାର୍ଥୀ । ଆଉ ଏଥିପାଇଁ ନେତା ତରତର ଜନତା ବି ଉତ୍ସାହିତ ।

ତେବେ ବରଗଡ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେପିରୁ ପ୍ରଦୀପ ପୁରୋହିତ , ବିଜେଡିରୁ ପରିଣିତା ମିଶ୍ର ଓ କଂଗ୍ରେସରୁ ସଞ୍ଜୟ ଭୋଇ ପ୍ରାର୍ଥୀ ଭାବେ ମନୋନୀତ ହୋଇଛନ୍ତି । ସୁନ୍ଦରଗଡରୁ ବିଜେପିରୁ ଜୁଏଲ ଓରାମ, ବିଜେଡିରୁ ଦିଲୀପ ତିର୍କୀ ଓ କଂଗ୍ରେସରୁ ଜନାର୍ଦ୍ଦନ ଦେହୁରୀ ପ୍ରାର୍ଥୀ ହୋଇଛନ୍ତି । ବଲାଙ୍ଗୀରରୁ ବିଜେପିରୁ ସଙ୍ଗୀତା କୁମାରୀ ସିଂ ଦେଓ, ବିଜେଡିରୁ ସୁରେନ୍ଦ୍ର ସିଂ ଭୋଇ ଓ କଂଗ୍ରେସର ମନୋଜ ମିଶ୍ର ପ୍ରାର୍ଥୀ ହୋଇଛନ୍ତି । କନ୍ଧମାଳ ଓ ବିଜେପିରୁ ସୁକାନ୍ତ କୁମାର ପାଣିଗ୍ରାହୀ, ବିଜେଡିରୁ ଅଚ୍ୟୁତା ସାମନ୍ତ ଓ କଂଗ୍ରେସର ଅମୀର ଚାନ୍ଦ ନାୟକ ପ୍ରାର୍ଥୀ ହୋଇଛନ୍ତି। ସେହିପରି ଆସ୍କାରୁ ବିଜେପିରୁ ଅନୀତା ଶୁଭଦର୍ଶନୀ, ବିଜେଡିରୁ ରଞ୍ଜିତା ସାହୁ ପ୍ରାର୍ଥୀ ହୋଇଛନ୍ତି ।

୨୦୧୯ରେ ଏହି ୫ ସଂସଦୀୟ କ୍ଷେତ୍ରରୁ ୩ଟି ବିଜେପି ଅକ୍ତିଆର କରି ନେଇଥିଲା। ବଲାଙ୍ଗିର, ବରଗଡ଼ ଓ ସୁନ୍ଦରଗଡ଼ ଦଖଲ କରିଥିଲା ବିଜେପି। କନ୍ଧମାଳ ଓ ଆସିକା ଆସିଥିଲା ବିଜେଡି ହାତକୁ। ୨୦୨୪ରେ ବିଜେପିର ଗଡ଼ ଭାଙ୍ଗିବ ନା ରହିବ ? ବିଜେପି ପୁଣି ଏହି ୩ ଆସନ ଜିତିବ ନା କିଛି ଆସନକୁ ବିଜେଡି ଛଡ଼ାଇ ନେବ ? ତା ଉପରେ ରହିଛି ନଜର। ସେହିପରି ଏହି ୫ ସଂସଦୀୟ କ୍ଷେତ୍ର ଅଧୀନରେ ଥିବା ୩୫ ବିଧାନସଭା ଆସନରୁ ୨୦୧୯ରେ ବିଜେଡି ୨୬ ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ୪, ବିଜେପି ୪ ଏବଂ ସିପିଆଇଏମ ଗୋଟିଏ ଆସନ ହାତେଇଥିଲା। ଏହି ୫ ଲୋକସଭା ଆସନରୁ ବିଜେପି ୬୦ ପ୍ରତିଶତ ଜିତିଥିବା ବେଳେ ବିଧାନସଭା ଆସନ ମାତ୍ର ୧୨ ପ୍ରତିଶତ ଜିତିଥିଲା। ବିଜେଡି ୪୦ ପ୍ରତିଶତ ଲୋକସଭା ଆସନ ଏବଂ ୭୩ ପ୍ରତିଶତ ବିଧାନସଭା ଆସନ ଦଖଲ କରିଥିଲା। ବିଜେପି ପାଇଁ ଚ୍ୟାଲେଞ୍ଜ ଏଥର ୨୦୧୯ର ଲୋକସଭା ଫଳାଫଳକୁ ବଜାୟ ରଖିବା ଏବଂ ବିଧାନସଭା ଆସନ ବଢ଼ାଇବା। ସେହିପରି ବିଜେଡିର ଚ୍ୟାଲେଞ୍ଜ ବିଧାନସଭା ଆସନ ବଜାୟ ରଖିବା ଏବଂ ଲୋକସଭା ଆସନ ବଢ଼ାଇବା। ଏଥର ସୁନ୍ଦରଗଡ଼, ବଲାଙ୍ଗିର ଏବଂ ବରଗଡ଼ ଉପରେ ନଜର ରହିଛି। ନବୀନଙ୍କ ନୂଆ ଚାଲରେ ବଲାଙ୍ଗିର ଗଣିତ ବଦଳି ପାରେ ବୋଲି କୁହାଯାଉଛି। ବଲାଙ୍ଗିର ଲୋକସଭା ଆସନକୁ ଫୋକସ କରି ନବୀନ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହୋଇଛନ୍ତି। ତେବେ ଗଡ଼ ରଖିବାକୁ ପ୍ରାଣମୂର୍ଛା ଉଦ୍ୟମ କରୁଛି ବିଜେପି। ବଲାଙ୍ଗିରକୁ ଟାର୍ଗେଟ୍ କରିଛନ୍ତି ସବୁ ଦଳର ହେଭିୱେଟ୍ । ଏଠାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାହୁଲ ଗାନ୍ଧୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସି ପ୍ରଚାର କରିଛନ୍ତି ।

ଅନ୍ୟପଟେ ଓଡ଼ିଶାରେ ମେ ୨୫ରେ ୩ୟ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଓଡ଼ିଶାର ମୋଟ ୨୧ଟି ଲୋକସଭା କ୍ଷେତ୍ରରୁ ୩ୟ ପର୍ଯ୍ୟାୟ ଅର୍ଥାତ୍ ମେ ୨୫ ରେ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ବର ଲୋକସଭା କ୍ଷେତ୍ରରେ ମତଦାନ ହେବ । ସେହିପରି ଜୁନ ୧ରେ ୪ର୍ଥ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଓଡ଼ିଶାର ମୋଟ ୨୧ଟି ଲୋକସଭା କ୍ଷେତ୍ରରୁ ୪ୟ ପର୍ଯ୍ୟାୟ ଅର୍ଥାତ୍ ଜୁନ ୧ ରେ ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଓ ଜଗତସିଂପୁର ଲୋକସଭା କ୍ଷେତ୍ରରେ ମତଦାନ ହେବ । ତେବେ ଜୁନ ୪ରେ ସାରା ଦେଶରେ ଭୋଟ ଗଣତି କରାଯିବ। ଉକ୍ତ ଦିନ ଉଭୟ ଲୋକସଭା ଓ ରାଜ୍ୟସଭା ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଣ୍ଣୟ ହେବ ।

Leave A Reply

Your email address will not be published.