ରାଉରକେଲାରୁ ଦିଲ୍ଲୀ : ମୋଦିଙ୍କୁ ପ୍ରତିଶୃତି ମନେପକାଇ ଦେବା ପାଇଁ ୧୩୫୦ କିମି ଚାଲିଲେ ଓଡ଼ିଆ ଯୁବକ

ନୂଆଦିଲ୍ଲୀ : ଚାଲି ଚାଲି ରାଉରକେଲାରୁ ଦିଲ୍ଲୀ । ମୋଦିଙ୍କୁ ଅଧୁରା ପ୍ରତିଶୃତି ମନେପକାଇବାକୁ ୧୩୫୦ କିମି ଚାଲିଲେ ଓଡିଆ ଯୁବକ । ଯୁବକଙ୍କ ନାଁ ହେଉଛି ମୁକ୍ତିକାନ୍ତ ବିଶ୍ବାଳ । ୨୦୧୫ରେ ରାଉରକେଲା ଗସ୍ତ ସମୟରେ ଏକ ମଲଟି ସ୍ପେଶାଲିଟି ହସ୍ପିଟାଲ୍ ତିଆରି କରିବାକୁ ମୋଦି ପ୍ରତିଶୃତି ଦେଇଥିଲେ । କେବଳ ସେତିକି ନୁହେଁ ବ୍ରାହ୍ମଣୀ ନଦୀରେ ଦ୍ବିତୀୟ ସେତୁ ନିର୍ମାଣ କରିବାକୁ ମଧ୍ୟ ପ୍ରତିଶୃତି ଦେଇଥିଲେ । ହେଲେ ତାହା ଆଜି ଯାଏଁ ପୁରା ହୋଇନାହିଁ । ଏହା ମଧ୍ୟରେ ୪ ବର୍ଷ ବିତି ଯାଇଥିଲେ ମଧ୍ୟ ଏଯାଏଁ ମୋଦି ନିଜ ପ୍ରତିଶୃତି ପୂରଣ କରିନାହାଁନ୍ତି ।

ମୁକ୍ତିକାନ୍ତ ରାଉରକେଲାରେ ମୂର୍ତ୍ତି ତିଆରି କାମ କରନ୍ତି। ସେ ହାତରେ ତ୍ରିରଙ୍ଗା ନେଇ ନିଜର ଯାତ୍ରା ଆରମ୍ଭ କରିଥିଲେ।  ଆଗ୍ରା ହାଇଓ୍ଵେରେ ପହଞ୍ଚିବା ପରେ ସେ ବେହୋସ ହୋଇ ପଡ଼ିଥିଲେ ଏବଂ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଥିଲା।

You might also like