Categories: ରାଜ୍ୟ

ଆସନ୍ତାକାଲିଠୁ ମାଟ୍ରିକ ପରୀକ୍ଷା , ୨ ହଜାର ୮୩୦ଟି କେନ୍ଦ୍ରରେ ପରୀକ୍ଷା ଦେବେ ୬ଲକ୍ଷ ଛାତ୍ରଛାତ୍ରୀ

ଭୁବନେଶ୍ବର(କେନ୍ୟୁଜ୍) : ଆସନ୍ତାକାଲି ମାଟ୍ରିକ ପରୀକ୍ଷା। ପ୍ରଥମ ଦିନ ଓଡିଆ ପରୀକ୍ଷା ହେବ । ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ୧୨ଟା ୩୦ ଯାଏ ଚାଲିବ । ତେବେ ଗଣିତ ପରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କୁ ଅଧିକ ୧୫ ମିନିଟ ସମୟ ମିଳିବ । ଚଳିତବର୍ଷ ରାଜ୍ୟରେ ୨ ହଜାର ୮୩୦ଟି ପରୀକ୍ଷା କେନ୍ଦ୍ରରେ ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାର ୬ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ଗତବର୍ଷ ପ୍ରଶ୍ନପତ୍ର ଭାଇରାଲ୍‌ ହୋଇଥିବାରୁ ଚଳିତବର୍ଷ ଏହାକୁ ରୋକିବା ପାଇଁ କଡ଼ା ପଦକ୍ଷେପ ନେଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ। ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ବ୍ୟବସ୍ଥା ସହ ସମ୍ବେଦନଶୀଳ ସେଣ୍ଟରରେ ୧୪୪ଧାରା ଜାରି କରିବାକୁ ବୋର୍ଡ ନିଷ୍ପତ୍ତି ନେଇଛି। ଏଥର ପରୀକ୍ଷାର୍ଥୀମାନେ ୪ଟି ସମାନ୍ତର ପ୍ରଶ୍ନସେଟରେ ପରୀକ୍ଷା ଦେବେ ।

ପରୀକ୍ଷାରେ ପାସ୍‌ ହେବାକୁ ପ୍ରତି ବିଷୟରେ ଉଭୟ Objective ଓ subjective paperରେ ଅତି କମରେ ୧୫ ମାର୍କ ରଖିବାକୁ ପଡିବ । ଫେବ୍ରୁଆରୀରୁ ୨୨ ତାରିଖରୁ ମାର୍ଚ୍ଚ ୮ ଯାଏଁ ପରୀକ୍ଷା ହେବ । ତେବେ ନବ ନିର୍ମାଣ କୃଷକ ସଂଗଠନର ଓଡ଼ିଶା ବନ୍ଦ ଡାକାରରେ କୌଣସି ପ୍ରଭାବ ମାଟ୍ରିକ ପରୀକ୍ଷା ଉପରେ ପଡ଼ିବ ନାହିଁ ବୋଲି ବୋର୍ଡ ପରୀକ୍ଷା ନିୟନ୍ତ୍ରକ ନିହାର ରଂଜନ ମହାନ୍ତି କହିଛନ୍ତି । ସେ କହିଛନ୍ତି, ପ୍ରଥମ ପର‌୍ୟ୍ୟାୟ ପ୍ରଶ୍ନପତ୍ର ନୋଡାଲ ସେଣ୍ଟରରେ ପହଞ୍ଚିସାରିଛି । ଆଜି ସେଣ୍ଟରକୁ ପ୍ରଶ୍ନପତ୍ର, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପଠାଯିବନି । ଆସନ୍ତାକାଲି ସକାଳେ ପରୀକ୍ଷାକେନ୍ଦ୍ରକୁ ପଠାଯିବ ।

ସମ୍ବଲପୁର ମାଧ୍ୟମିକ ଶିକ୍ଷା ପରିଷଦର ଆଞ୍ଚଳିକ ଅଫିସରେ ନିଁଆ ଲାଗି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡିଯାଇଥିବା ସତ୍ୱେ ପରୀକ୍ଷାକୁ ନେଇ ସମସ୍ତ ପ୍ରସ୍ତୁତି :

ସମ୍ବଲପୁର ଜୋନରେ ୯ଟି ଜିଲ୍ଲାର ପ୍ରାୟ ଏକଲକ୍ଷ ୩୪ହଜାର ୩୧୯ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ତେବେ ସମ୍ବଲପୁର ମାଧ୍ୟମିକ ଶିକ୍ଷା ପରିଷଦର ଆଞ୍ଚଳିକ ଅଫିସରେ ନିଁଆ ଲାଗିବା ଘଟଣାର ୨ମାସ ପୂରିବା ପରେ ବି ଏବେ ବି ଠିକ୍‌ରେ କାମ କରିପାରିନି କାର‌୍ୟ୍ୟାଳୟ। ଗତ ଡିସେମ୍ବର ୧୯ ତାରିଖରେ କିଛି ଦୁର୍ବୃତ୍ତ ହଠାତ କାର‌୍ୟ୍ୟାଳୟରେ ପଶି ନିଆଁ ଲଗାଇଦେଇଥିଲେ। ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜଳିଯାଇଥିଲା। ଏବେ ବି ପୋଲିସ ହାତ ଖାଲି ରହିଛି। ତେବେ ପରୀକ୍ଷାକୁ ନେଇ ସମସ୍ତ ପ୍ରସ୍ତୁତି କରାଯାଇଥିବା ବେଳେ ଛାତ୍ରଛାତ୍ରୀ ବି ପ୍ରସ୍ତୁତ ।

ମାଟ୍ରିକ ପରୀକ୍ଷା ପାଇଁ ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡାକଡି :

ମାଟ୍ରିକ ପରୀକ୍ଷା ପାଇଁ ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରଯାଇଛି। ଚଳିତ ବର୍ଷ ଜିଲ୍ଲାରେ ୬ହଜାର ୧୯୨ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ସେଥିମଧ୍ୟରୁ ରେଗୁଲାର ୫ହଜାର ୬୯୯, ୪୭୬ଜଣ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀ ରହିଛନ୍ତି। ୩୧ଟି ପରୀକ୍ଷା ସେଣ୍ଟର ପାଇଁ ୧୦ଟି ନୋଡାଲ ସେଣ୍ଟର କରାଯାଇଛି।

ମାଟ୍ରିକ ପରୀକ୍ଷାରେ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନସେସ୍‌-କିସ୍‌ରୁ ୧୭୦୩ ଜଣ ଛାତ୍ରଛାତ୍ରୀ ଦେବେ ପରୀକ୍ଷା :

ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାରେ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନସେସ୍‌-କିସ୍‌ରୁ ୧୭୦୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ଗୋଟିଏ ବିଦ୍ୟାଳୟରୁ ଏତେ ସଂଖ୍ୟକ ଛାତ୍ରଛାତ୍ରୀ ପରୀକ୍ଷା ଦେବା ସାରା ଦେଶରେ ରେକର୍ଡ ବୋଲି ଶିକ୍ଷାବିତମାନେ କହିଛନ୍ତି । ଏହି ପରୀକ୍ଷାର୍ଥୀଙ୍କ ମଧ୍ୟରେ ଓଡ଼ିଶାର ୩୦ ଜିଲ୍ଲାର ଜନଜାତି ଛାତ୍ରଛାତ୍ରୀ ରହିଛନ୍ତି । ଏମାନଙ୍କ ମଧ୍ୟରେ ଆଦିମ ଜନଜାତି ଛାତ୍ରଛାତ୍ରୀ ମଧ୍ୟ ଅଛନ୍ତି । ମାଧ୍ୟମିକ ଶିକ୍ଷା ବୋର୍ଡ ଅଧିନରେ ଥିବା ୩୦ଟି ସ୍କୁଲରୁ ଯେତିକି ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଉଛନ୍ତି ସେତିକିସଂଖ୍ୟକ ପିଲା କେବଳ କିସରୁ ହିଁ ପରୀକ୍ଷା ଦେଉଛନ୍ତି ।

କିସର ଛାତ୍ରଛାତ୍ରୀମାନେ ଭୁବନେଶ୍ୱରର ୩ଟି ପରୀକ୍ଷା କେନ୍ଦ୍ର ଯଥା-ନିଳାଦ୍ରୀବିହାର, ୟୁନିଟ-୮ ଓ ବରମୁଣ୍ଡା ସରସ୍ୱତୀ ଶିଶୁ ମନ୍ଦିର ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ । କିସର ପିଲାଙ୍କୁ ନେବା ଆଣିବା ପାଇଁ ୩୦ଟି ବସର ବନ୍ଦୋବସ୍ତ କରାଯାଇଛି । ପ୍ରତିବର୍ଷ ପରି ଚଳିତବର୍ଷ ମାଟ୍ରିକ ପରୀକ୍ଷା ଅବ୍ୟବହିତ ପୂର୍ବରୁ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ପରୀକ୍ଷାର୍ଥୀଙ୍କୁ ଅଭିନନ୍ଦନ ଜଣାଇବା ସହ କଲମ ବଣ୍ଟନ କରିଥିଲେ । ପରୀକ୍ଷାରେ ପିଲାମାନଙ୍କ ସଫଳତା କାମନା କରି ଡ. ସାମନ୍ତ କହିଥିଲେ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ମାଟ୍ରିକ ପରୀକ୍ଷାରେ କିସ୍‌ର ଛାତ୍ରଛାତ୍ରୀ ଶତ ପ୍ରତିଶତ ସଫଳତା ହାସଲ କରିବେ ବୋଲି ଦୃଢ଼ ଆଶା ଓ ବିଶ୍ୱାସ ରହିଛି ।

KNews Bureau

Recent Posts

ଆଜିର ରାଶିଫଳ: ଦିନଟି ଆପଣଙ୍କର କିପରି ବିତିବ ଜାଣନ୍ତୁ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…

2 hours ago

ଯାତ୍ରୀବାହୀ ବସ୍ ଓଲଟି ୩ ମୃତ, ୫ ଗୁରୁତର

କନ୍ଧମାଳ :  କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…

4 hours ago

ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ, ଥାନାରେ ପୁତୁରା ଅଟକ

ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…

4 hours ago

ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ

ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ…

6 hours ago

ବସ୍ ସହ ପିକଅପ୍ ଭ୍ୟାନ ଧକ୍କା, ୧୯ ହୋମଗାର୍ଡ ଆହତ

ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍ ଦୁର୍ଘଟଣା । ନିର୍ବାଚନ ଡ୍ୟୁଟିରେ ବଲାଙ୍ଗିରରୁ କେନ୍ଦ୍ରାପଡ଼ାକୁ ବସଟି ଯାଉଥିଲା।…

7 hours ago

ରାଜ୍ୟରେ ବଢୁଛି ତାପମାତ୍ରା, ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା । ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…

7 hours ago