କାଉଡିଆଙ୍କ ପଦସେବା କରିଲେ ରାଜ୍ୟ ଉଚ୍ଚଶିକ୍ଷା ଓ କ୍ରୀଡା ଏବଂ ଯୁବ ବ୍ୟାପାର ମନ୍ତ୍ରୀ ସୁଯ୍ୟବଂଶୀ ସୁରଜ

ଭଦ୍ରକ : ଭଦ୍ରକ ଜିଲ୍ଲାର ରହିଛି ପ୍ରସିଦ୍ଧ ଶୈବପୀଠ ଆରଡ଼ି ବାବା ଆଖଣ୍ଡଳେଶ୍ଵରଙ୍କ ମନ୍ଦିର । ମହାଦେବଙ୍କୁ ଜଳାଭିଶେକ କରିବା ପାଇଁ ଯାଉଥିବା କାଉଡିଆ ଭକ୍ତମାନଙ୍କୁ ସ୍ୱତନ୍ତ୍ର ସେବା ଓ ସହାୟତା ଯୋଗାଇ ଦେଇଛନ୍ତି ରାଜ୍ୟ ଉଚ୍ଚ ଶିକ୍ଷା ଓ କ୍ରୀଡା ଏବଂ ଯୁବ ବ୍ୟାପାର ମନ୍ତ୍ରୀ ସୁଯ୍ୟ ବଂଶୀ ସୁରଜ । ଏହି ଉପଲକ୍ଷେ ସେ ନିଜ ନିର୍ବାଚନ ମଣ୍ଡଳୀ ଧାମନଗରର କୋଠାର ଠାରେ ସ୍ୱତନ୍ତ୍ର କାଉଡିଆ ଆଶ୍ରୟ ସ୍ଥଳରେ ପହଞ୍ଚିଥିଲେ । ସେଠାରେ ଅବସ୍ଥାନ କରିଥିବା କାଉଡିଆ ଭକ୍ତ ମାନଙ୍କ କ୍ଲାନ୍ତ କୁ କିଛି ଲାଘବ କରିବା ପାଇଁ ସେମାନଙ୍କ ପାଦ ସେବା କରିଥିଲେ ।
ଏଥିରେ ତାଙ୍କ ସହିତ ତାଙ୍କ ସହଯୋଗୀ ମାନେ ମଧ୍ୟ ଏପରି କାର୍ଯ୍ୟ କରିଥିଲେ । ପୂର୍ବରୁ ବିଧାୟକ ଥିବା ବେଳେ ସେ କାଉଡିଆଙ୍କ ପାଦ ସେବା କରିଥିଲା ବେଳେ ମନ୍ତ୍ରୀ ହୋଇ ମଧ୍ୟ ସେ ଏହି ସେବା କୁ ଭୁଲି ନ ଥିବା କହିଛନ୍ତି । ତେବେ କାଉଡିଆଙ୍କ ପାଦ ସେବା ପରେ ସେମାନଙ୍କୁ ସେଠାରେ ପ୍ରସାଦ ସେବନ ବ୍ୟବସ୍ଥା କରିଥିଲେ ମାନ୍ୟବର ମନ୍ତ୍ରୀ ସୁରଜ । ନିଜ କାର୍ଯ୍ୟ ବ୍ୟସ୍ତତା ଭିତରେ ସେ କାଉଡିଆ ଭକ୍ତ ମାନଙ୍କ ପାଖକୁ ଆସି ସେମାନଙ୍କ ପାଦ ସେବା କରିଥିବାରୁ ବେଶ ଖୁସି ବ୍ୟକ୍ତ କରିଥିଲେ । ଅନ୍ୟ ପକ୍ଷରେ ଏହି କାଉଡିଆ ଭକ୍ତଙ୍କ ପାଦ ସେବା କରି ପରମ ସୌଭାଗ୍ୟ ଲାଭ କରିଥିବା ମନ୍ତ୍ରୀ କହିଛନ୍ତି ।