ମାଆ ହେଲେ ନାବାଳିକା ଦୁଷ୍କର୍ମ ପୀଡ଼ିତା, ଶାରୀରିକ ସମ୍ପର୍କ ରଖିଵା ପରେ ଫେରାର ହୋଇଯାଇଥିଲା ଯୁବକ

ଆଠଗଡ଼ : ଆଠଗଡ଼ରେ ଲଜ୍ଜା । ଦୁଷ୍କର୍ମ ପୀଡ଼ିତା ନାବାଳିକାଙ୍କ ସନ୍ତାନ ପ୍ରସବ ।  କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅଞ୍ଚଳରେ ଘଟିଛି ଚାଞ୍ଚଲ୍ୟକର ଘଟଣା । କଟକ ବଡ ମେଡିକାଲରେ ପୁତ୍ର ସନ୍ତାନ ଜନ୍ମ କଲେ ପୀଡ଼ିତା ନାବାଳିକା ।  ଘଟଣାକୁ ନେଇ ପରିବାର ପକ୍ଷରୁ ଖୁଣ୍ଟୁଣୀ ଥାନାରେ ଏତଲା ଦିଆଯାଇଛି।

ଏତଲାକୁ ଆଧାର କରି ତଦନ୍ତ ଆରମ୍ଭ କରିଛି ପୋଲିସ । ନାବାଳିକା ଜଣଙ୍କ ସ୍ଥାନୀୟ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା ।  ପରେ ଶାରୀରିକ ସମ୍ପର୍କ ରଖିଵା ପରେ ଫେରାର ହୋଇଯାଇଥିଲା ଯୁବକ। କଟକ ବଡ ମେଡିକାଲରେ ପିଡିତାଙ୍କ ର ଏକ ପୁତ୍ରସନ୍ତାନ ହେବା ପରେ ବୟାନ ରେକର୍ଡ ପରେ ପୀଡ଼ିତା ଏବଂ ନବଜାତକୁ ସିଡବ୍ଲୁସିକୁ ହସ୍ତାନ୍ତର କରି ପୋଲିସ ତଦନ୍ତ ଆରମ୍ଭ କରିଥିବା ଚୌଦ୍ଵାର SDPO ସୂଚନା ଦେଇଛନ୍ତି ।

Also read: ଆଜି ଓଡିଶା ଫେରୁଛନ୍ତି ଗଣ ଦୁଷ୍କର୍ମ ପୀଡିତା ଓଡ଼ିଆ ଯୁବତୀ, ତିନି ଜଣ ଦୁଷ୍କର୍ମକାରୀ ଏବେ ଜେଲ୍ ରେ